www.samajalive.in
Sunday, December 7, 2025
23.1 C
Bhubaneswar

ଶ୍ୱଶୁର, ଶଳାର ଛୁରା ମାଡ଼ରେ ଜ୍ୱାଇଁ ଗୁରୁତର, ଉଭୟଙ୍କୁ ଗିରଫ କଲା ପୁଲିସ

ପାଟଣା: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମଥୁରାପଶି ଗ୍ରାମରେ ଶ୍ୱଶୁର, ଶଳାଙ୍କ ଛୁରାମାଡ଼ରେ ଜ୍ୱାଇଁ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।  ଏନେଇ ଅଭିଯୋଗ ହେବା ପରେ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତରଣିସେନ ବାଗ ଉଭୟ ଆକ୍ରମଣକାରୀଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ନନ୍ଦପୁର ଗ୍ରାମର ଲଳିତ ମହାନ୍ତର ଝିଅ ମଥୁରାପଶି ଗ୍ରାମର ଲିଟୁନ ମହାନ୍ତ(୨୭) ଙ୍କ ସହିତ ଜୁଲାଇ ମାସ ୧୮ ତାରିଖରେ ବୈଦିକ ରୀତି ମତେ ବାହାଘର ହୋଇଥିଲା । ଗତକାଲି ନନ୍ଦପୁର ଗ୍ରାମରୁ ଲଳିତ ମହାନ୍ତ ଓ ତାଙ୍କ ନାବାଳକ ୧୭ ବର୍ଷୀୟା ପୁଅ ମଥୁରାପଶି ଗ୍ରାମର ଜ୍ୱାଇଁ ଘରକୁ ଆସିଥିଲେ ।

ରାତି ୮ଟାରେ ଖାଇପିଇ ବାପ ପୁଅ ଘରକୁ ଯିବା ପାଇଁ ବାଇକ ଯୋଗେ ବାହାରିଥିଲେ ଏବଂ ସାଙ୍ଗରେ ଝିଅକୁ ନେଇଯିବା ପାଇ କହିଥିଲେ । ମାତ୍ର ଜ୍ୱାଇଁ ଲିଟୁନ ରାତିରେ ଗୋଟିଏ ବାଇକରେ ତିନି ଜଣ ଯିବା ପାଇଁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ସାଙ୍ଗକୁ ଵଚସା ମଧ୍ୟ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଲିଟୁନର ଶଳା ରାଗିଯାଇ ଏକ ଧାରୁଆ ଛୁରୀରେ ଲିଟୁନର ପେଟ ଓ ଛାତିକୁ ମାରିବାରୁ ଲିଟନର ଅନ୍ତବୁଜୁଳା ବାହାରି ରକ୍ତ ଜୁଡୁବୁଡୁ ହୋଇ ଚିତ୍କାର କରି ତଳେ ପଡ଼ି ଯାଇଥିଲା ।

- Advertisement -

ଫଳରେ ଉଭୟ ବାପ ପୁଅ ଜ୍ୱାଇଁ ଘରେ ବାଇକ ଛାଡି ଦେଇ ଅନ୍ଧାରର ସୁଯୋଗ ନେଇ ଦୌଡ଼ି ପଳାଇଥିଲେ । ଖବର ପାଇ ଢେଙ୍କିକୋଟ ପୁଲିସ ଅଧିକାରୀ ତରଣୀ ସେନ ବାଗ, ମହିଳା କନେଷ୍ଟବଳ ନଳିନୀ ମହାନ୍ତ, ପ୍ରସନ୍ନ ବାରିକ ସଦଳବଳେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ୧୦୮ ଡାକି ଲିଟୁନ ଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ପଠାଇଥିଲେ । ଡାକ୍ତର ଲିଟୁନର ଗୁରୁତର ଅବସ୍ଥା ଦେଖି ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଦେଇଛନ୍ତି । ଏନେଇ ଘଟଗାଁ ଥାନାରେ ଏକ ମାମଲା ରୁଜୁ ହୋଇଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories