ବୌଦ୍ଧଜିଲାସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦଯାପିତ
ବୌଦ୍ଧ: ରାଜ୍ୟ ବ୍ୟାଡମିଣ୍ଟନ ଏସୋସିଏସନ ଦ୍ୱାରା ମାନ୍ୟତାପ୍ରାପ୍ତ ବୌଦ୍ଧ ଜିଲା ବ୍ୟାଡମିଣ୍ଟନ ଏସୋସିଏସନ ଦ୍ୱାରା ବୌଦ୍ଧ ଇନଡୋର ଷ୍ଟେଡିୟମଠାରେ ତନିଦିନ ଧରି ଚାଲିଥିବା ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ୬୬ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ୧୫ ବର୍ଷରୁ କମ୍ ବାଳିକା ବର୍ଗରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ନିଗ୍ଧାରାଣୀ ଜାନୀ ଓ ଚିନ୍ମୟୀ ମେହେର ଚମ୍ପିୟାନ ହୋଇଥିବାବେଳେ ବାଳକ ବର୍ଗରେ ବୌଦ୍ଧ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜ୍ୟୋତିରଂଜନ ସେଠୀ ଓ ଶୁଭ୍ରଜିତ ମେହେର ଚମ୍ପିୟାନ ହୋଇଥିଲେ । ସେହିପରି ୧୯ବର୍ଷରୁ କମ୍ ବାଳିକା (ସିଙ୍ଗଲସ)ବର୍ଗରେ ବୌଦ୍ଧ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତୀକ୍ଷା କର ଓ ବାଳକ ବର୍ଗରେ ସୁବ୍ରତ ମେହେର ଚମ୍ପିୟାନ ହୋଇଥିଲେ ।
୧୯ବର୍ଷରୁ କମ ବାଳକ (ଡବଲସ)ବର୍ଗରେ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭଙ୍କର ସେଠୀ ଓ କେବଲ କୁମାର ପାତ୍ର ବିଜୟୀ ହୋଇଥିଲେ । ସିନିୟର ପୁରୁଷ ବର୍ଗରେ ବୌଦ୍ଧ ବ୍ୟାଡମିଣ୍ଟନ ଏସୋସିଏସନ ର ସାଗର ଗୁପ୍ତା ଚମ୍ବିୟାନ ହୋଇଥିବାବେଳେ ବରିଷ୍ଠ ୫୦ବର୍ଷରୁ ଅଧିକ ବର୍ଗରେ ଫ୍ୟୁଜନ କ୍ଲବର ଡଃ.ସଂଜୟ କୁମାର ପଣ୍ଡା ଓ ରୂପକ ମହାପାତ୍ର ଓ ୩୫ ବର୍ଷରୁ ଅଧିକ ବର୍ଗରେ ବୌଦ୍ଧ ବ୍ୟାଡମିଣ୍ଟନ ଏସୋସିଏସନର ଆଲୋକ କୁମାର ରଥ ଓ ସୁନ୍ଦର ପ୍ରକାଶ ବିଜୟୀ ହୋଇଥିଲେ । ସିନିୟର (ଡବଲସ)ରେ ସାଗର ଗୁପ୍ତା ଓ ବିବେକାନନ୍ଦ କର୍ଣ୍ଣ ବିଜୟୀ ହୋଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଅତିରକ୍ତ ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. କିଶୋର ଚନ୍ଦ୍ର ପଟ୍ଟନାୟକ ଏବଂ ସମ୍ମାନିତ ଅତିଥି ଭାବରେ ଶଲ୍ୟ ବିଶେଷଜ୍ଞ ଡା.ଅରୁଣ କୁମାର ବିଶ୍ୱାଳ ଯୋଗଦେଇ କୃତୀ ଖେଳାଳୀମାନଙ୍କୁ ବିଜେତା ଟ୍ରଫି ପ୍ରଦାନ କରିଥିଲେ ।
ଓଡ଼ିଶା ବ୍ୟାଡମିଣ୍ଟନ ଏସୋସିଏସନ ଦ୍ୱାରା ମାନ୍ୟତାପ୍ରାପ୍ତ ବୈଷୟିକ ଅଧିକାରୀ(ଟେକନିକାଲ ଅଫିସର) ବଦ୍ରି ନାରାୟଣ ମିଶ୍ର ଓ ବିବେକାନନ୍ଦ କର୍ଣ୍ଣ ଚମ୍ପିୟାନସିପର ପାରିଚାଳନା କରିଥିଲେ । ଏଥିରେ ବରିଷ୍ଠ ଖେଳାଳି ସୁବ୍ରତ କୁମାର ପୁରୋହିତ ସହଯୋଗ କରିଥିବା ବେଳେ ଉପଦେଷ୍ଟା ଲମ୍ବୋଦର ପୁରୋହିତ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ବୌଦ୍ଧ ବ୍ୟାଡମିଣ୍ଟନ ଏସୋସିଏସନର ସଭାପତି ଜୁଲିୟସ ସିଜର ମହାକୁଳଙ୍କ ନେତୃତ୍ୱରେ ସଂପାଦକ ହୃଦାନନ୍ଦ ମିଶ୍ର, ସଂଗଠନ ସମ୍ପାଦକ ସୁନ୍ଦର ପ୍ରକାଶ, ଉପସଭାପତି ପ୍ରଦୋଷ ମହାରଣା, ବିଭୁ ପ୍ରସାଦ ପଣ୍ଡା, ପରେଶ ବେହେରାଙ୍କ ସମେତ ସମସ୍ତ ସଦସ୍ୟ ଚମ୍ପିୟାନସିପ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଚମ୍ପିୟାନସିପର ସଫଳତା ପାଇଁ ଜିଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦିଆଯାଇଥିଲା ।
Comments are closed.