www.samajalive.in
Monday, December 15, 2025
15.1 C
Bhubaneswar

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ମାନସିକ ବିକୃତ ମହିଳା

କଲମପୁର: ଲଗାଣ ବର୍ଷା ଯୋଗୁଁ ଭାଟିଗାଁ ଠାରେ ଥିବା ଏକ ମାଟିକାନ୍ଥର ଘର ଭୁଷୁଡି ପଡ଼ିଛି। ଯାହା ଫଳରେ ଘର ଭିତରେ ଥିବା କବିତା ବାଗ ନାମ୍ନି ଜଣେ ମାନସୀକ ବିକୃତ ମହିଳା ଚାପି ହେଇ ରହିଯାଇଥିଲେ। ମଙ୍ଗଳବାର ସକାଳେ କିଛି ଯୁବକ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହ ନିକଟସ୍ଥ ଅମୃତ ଧାରା ପାଇଁ ଥିବା କୋଠରୀରେ ରଖାଯାଇଛି। ମହିଳା ଜଣକର ବାପାମାଙ୍କ ମୃତ୍ୟୁ ହେବା ପରେ ହଠାତ୍‍ ସେ ମାନସୀକ ଭାରସାମ୍ୟ ହରାଇ ପାଗେଳି ପ୍ରାୟ ହେଇଯାଇଛି। ଏଭଳି ସ୍ଥିତିରେ ତାର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଛି। ତାର ସମ୍ପତି କହିଲେ ପିତୃ ଅର୍ଜିତ ଘର ଡିହ ଖଣ୍ଡକ। କବିତା ମାନସିକ ବିକୃତ ହେଇଥିବା ବେଳେ ବର୍ତମାନ ମେରୁଦଣ୍ଡ ଆଘାତ ଯୋଗୁଁ ଗୁରୁଣ୍ଡି ଗୁରୁଣ୍ଡି ବୁଲୁଛି। ନିଜର ସାମର୍ଥ୍ୟ ନଥିବାରୁ ଅନ୍ୟର ଦୟାର ପାତ୍ର ପାଲଟିଛି।

ଖାଦ୍ୟ ସୁରକ୍ଷା ଯୋଜନାରେ ମାସିକ ୫ କେ.ଜି ଚାଉଳ ମିଳୁଥିବା ବେଳେ କବିତାର ଜଣେ ନିକଟ ସମ୍ପର୍କୀୟ ଏହି ଚାଉଳ ନେଇଥାନ୍ତି। ଅନେକ ସମୟରେ ଅସହାୟ କବିତାର ଦୁର୍ବିସହ ଜୀବନ ନେଇ ଖବର ପ୍ରକାଶ କରାଯାଇଥିଲେ ମଧ୍ୟ ଏଯାଏଁ ପ୍ରଶାସନ କବିତା ପାଇଁ କୌଣସି ବ୍ୟବସ୍ଥା କରି ନାହିଁ। ଅନ୍ୟପଟେ କେହି ତାର ନିଜର ଲୋକ ନଥିବାରୁ ତାର ଚିକିତ୍ସା ହେଇ ପାରିନାହିଁ। ଏନେଇ କଲମପୁର ତହସିଲଦାର କରିଶ୍ମା ବେଶ୍ରାଙ୍କ ସହ ଯୋଗାଯୋଗ କରାଯାଇଥିଲା। ତୁରନ୍ତ ତାକୁ ଉଦ୍ଧାର କରାଯାଇ କୌଣସି ଏକ ଦାତବ୍ୟ ଅନୁଷ୍ଠାନରେ ସୁରକ୍ଷା ଦିଆଯିବ ବୋଲି ସୁଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories