www.samajalive.in
Sunday, December 14, 2025
23.1 C
Bhubaneswar

ଆଦାଜୀ କା ଅମୃତ ମହୋତ୍ସବ ଅବସରରେ ବୌଦ୍ଧରେ ୭୫ ମିଟର ତ୍ରିରଙ୍ଗା ଶୋଭାଯାତ୍ରା

ବୌଦ୍ଧ: ଦେଶରେ ଆଜାଦୀକା ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ୭୬ତମ ସ୍ୱାଧିନତା ଦିବସରେ ବୌଦ୍ଧ ତ୍ରିରଙ୍ଗା ଶୋଭାଯାତ୍ରା କମିଟି ପକ୍ଷରୁ ସୋମବାର ଦିନ ସହରରେ ୭୫ ମିଟର ଲମ୍ବର ତ୍ରିରଙ୍ଗା ଶେଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭଯାତ୍ରା ସହରର ରଘୁନାଥ ମନ୍ଦିର ଠାରୁ ବାହାରି ମେଡିକାଲ ଛକ, ବାଘଗୁଡା ଛକ, ଗାନ୍ଧୀ ଛକ, ପୋଡାପଡ଼ା ଛକ, ୱର୍ୟାରଲେସ ଛକ ନୁଆସାହିଛକ ଦେଇ କଚେରୀ ପଡ଼ିଆରେ ଶେଷ ହୋଇଥିଲା। ଶୋଭଯାତ୍ରା ସମୟରେ ବିଭିନ୍ନ ଛକ ଠାରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୁର୍ତ୍ଥୀ ଗୁଡିକରେ ମାଲ୍ୟର୍ପଣ କରାଯାଇଥିଲା। ଏହି ଶୋଭାଯାତ୍ରାରେ ସହରର ବିଭିନ୍ନ ଅନୁଷ୍ଠାନ, ପୋଲିସ ଯବାନ, ଆଇଆରବି ଯବାନ, ଛାତ୍ର ଛାତ୍ରୀ ,ବୁଦ୍ଧିଜୀବୀ ଓ ସମସ୍ତ ଜନସାଧାରଣ ସାମିଲ ଥିଲେ। ଜିଲ୍ଲାପାଳ ସତ୍ୟରଂଜନ ସାହୁ ଯୋଗ ଦେଇ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାପ୍ରଶାସନର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ମଧ୍ୟ ସାମିଲ ଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories