www.samajalive.in
Monday, December 15, 2025
14.1 C
Bhubaneswar

ଫିରିଙ୍ଗିଆରେ ସ୍ୱାଧୀନତା ଦିବସ ପାଳିତ

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ଓ ତାର ଆଖ ପାଖ ଅଂଚଳ ମାନଙ୍କରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ସ୍ୱାଧୀନତାର ଅମୃତ ମହୋତ୍ସବ ସହ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ତେବେ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓ ରଶ୍ମିରଂଜନ ମହନ୍ତଙ୍କ ଅଧକ୍ଷୟତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନବନିର୍ବାଚିତ ବ୍ଲକ ଅଧକ୍ଷା ନମିତା କହଁର ପତାକା ଉତ୍ତୋଳନ କରିଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ସେହିପରି ଫିରିଙ୍ଗିଆ ବଜାର ମଧ୍ୟରେ ଥିବା ନବନିର୍ମିତ ଅମୃତ ସରୋବର ନିକଟରେ ହୋଇଥିବା ଏହି ଉତ୍ସବରେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର ପତାକା ଉତ୍ତୋଳନ କରିଥିବା ବେଳେ ସମିତି ସଭ୍ୟା ମୌସୁମୀ ପ୍ରଧାନଙ୍କ ସହ ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଭିଆରପି ସିଆରପି ଓ ବ୍ଲକ ର ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନାଙ୍କ ସହ ଅଂଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସେହିପରି ଫିରିଙ୍ଗିଆ ବଷ୍ଟାଣ୍ଡ ନିକଟରେ ଫିରିଙ୍ଗିଆ ଭାରତୀୟ ଜନତା ପାର୍ଟି ତରଫରୁ ପତାକା ଉତ୍ତୋଳନ କରାଯାଇଥିଲା ଏଥିରେ ବିଜେପି ର ଜିଲ୍ଲାପରିଷଦ ପ୍ରାର୍ଥୀ ତଥା ଅଂଚଳର ଜଣାଶୁଣା ସମାଜ ସେବି ସଞ୍ଜୟ ଦିଗଲା ପତାକା ଉତ୍ତୋଳନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା କଂସଦେବ ସାହୁଙ୍କ ସହ କୁଇସମାଜ ସଭାପତି ମୁକୁନ୍ଦ କହଁ ର ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅନୁରୂପ ଭାବରେ ବ୍ଲକ ମୁଖ୍ୟାଳୟର ପଂଚାୟତ କାର୍ଯ୍ୟାଲୟ, ସମସ୍ତ ସରକାରୀ ସ୍କୁଲ, ପଂଚାୟତ ମହାବିଦ୍ୟାଲୟ, ସରସ୍ବତୀ ଶିଶୁ ମନ୍ଦିର, ଲ୍ୟାମ୍ପ ସିଏସ କାର୍ଯ୍ୟାଳୟ ଓ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ଥିବା କ୍ଳବ ଓ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଥିଲା। ଅନ୍ୟପଟେ ଫିରିଙ୍ଗିଆ ରୋଜଗାର ସଙ୍ଘ ପକ୍ଷରୁ ଏକ ପତାକା ଶୋଭାଯାତ୍ରା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇ ଏହି ଉତ୍ସବକୁ ପାଳନ କରାଯାଇଥିଲା। ଜିଆରଏସ ଗୌରାଙ୍ଗ କହଁରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରା ରେ ଅନ୍ୟମାନଙ୍କ ମଧ୍ୟରେ ପିଇଓ ଚିତ୍ତରଞ୍ଜନ ଡିଗାଲଙ୍କ ସହନରତ୍ତମ କହଁର ଓ ସହରର ଶତାଧିକ ଲୋକ ସାମିଲ ହୋଇଥିଲେ। ଅନ୍ୟପଟେ ଫିରିଙ୍ଗିଆ ପ୍ରେସ କ୍ଲବ ପକ୍ଷରୁ ମଧ୍ୟ ଅସ୍ଥାୟୀ ସାମ୍ବାଦିକ ଭବନରେ ପତାକା ଉତ୍ତୋଳନ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories