BJD Bijuli 480×75 Mob

ଏସିଆ କପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କଲେ କୋହଲି

BJD Bijuli 480×75 Mob

ମୁମ୍ବାଇ: ୟୁଏଇରେ ଚଳିତ ଅଗଷ୍ଟ ୨୭ରୁ ଆରମ୍ଭ ହେଉଛି ଏସିଆ କପ କ୍ରିକେଟ। ଏଥିପାଇଁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୱେଷ୍ଟଇଣ୍ଡିଜ୍‌ ଗସ୍ତରୁ ଦଳଠାରୁ ଦୂରେଇ ରହିଥିବା କୋହଲି ଏବେ ମୁମ୍ବଇ କ୍ରିକେଟ ଆସୋସିଏସନ ଇଣ୍ଡୋର କ୍ରିକେଟ ଏକାଡେମୀରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଆଇପିଏଲ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଶିକ୍ଷକ ସଞ୍ଜୟ ବାଙ୍ଗରଙ୍କ ଅଧିନରେ କୋହଲି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଅଭ୍ୟାସ ଶିବିରର ଏକ ଫଟୋକୁ କୋହଲି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। କ୍ରିକେଟ ଏକାଡେମୀରେ କୋହଲି ୯୦ ମିନିଟ୍‌ ଧରି ବ୍ୟାଟିଂ ଅଭ୍ୟାସ କରିଥିଲେ। ଏକାଡେମୀର ବୋଲରମାନେ କୋହଲିଙ୍କୁ ବୋଲିଂ ମଧ୍ୟ କରିଥିଲେ। ଆଗକୁ ଟ୍ବେଣ୍ଟି୨୦ ବିଶ୍ବକପ ରହିଥିବାରୁ ଏସିଆ କପ୍‌ ଭାରତୀୟ ଦଳର ପ୍ରସ୍ତୁତି ଓ ଖେଳାଳିମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଅନ୍ୟପକ୍ଷରେ ଖରାପ ଫର୍ମରେ ଥିବା କୋହଲିଙ୍କ ପାଇଁ ଏସିଆ କପ ମଧ୍ୟ ବଡ ସମ୍ମାନର ପ୍ରଶ୍ନ। କୋହଲି ଚାପରେ ରହିଥିବାବେଳେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ଉପରେ ନଜର ରହିବ।

Comments are closed.