www.samajalive.in
Sunday, December 7, 2025
26.1 C
Bhubaneswar

ନୀତିଶ କୁମାରଙ୍କ ଇସ୍ତଫା ଘଟଣା ବିହାର ଜନତାଙ୍କ ପ୍ରତି ଧୋକା:ବିଜେପି

ପାଟନା: ରାଜନୀତିକ ହଟଚମଟ ଭିତରେ ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର। ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାର ଆଜି ଅପରାହ୍ଣରେ ରାଜ୍ୟପାଳ ଫଗୁ ଚୌହ୍ୱାନଙ୍କୁ ଭେଟିଥିଲେ ଏବଂ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ବିହାରରେ ମେଣ୍ଟ ସରକାର ଭାଙ୍ଗିଥିବା ଜେଡିୟୁ ନେତା ଉପେନ୍ଦ୍ର କୁଶୱା ସୂଚନା ଦେଇଛନ୍ତି। ମେଣ୍ଟ ଭାଙ୍ଗିବା ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କଲା ବିଜେପି। ଗଣମାଧ୍ୟମକୁ ବିଜେପି ନେତା ସଞ୍ଜୟ ଜୟସ୍ବାଲ ସୂଚନା ଦେଇ କହିଛନ୍ତି ଯେ ନିର୍ବାଚନରେ ଆମେ ୭୪ଟି ଆସନରେ ବିଜୟୀ ହୋଇଥିଲୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ପ୍ରତିଶ୍ରୁତି ଅନୁସାରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଅଧିକ ଆସନ ଜିତିବା ସତ୍ତ୍ବେ ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲୁ। ଆଜିର ଘଟଣା ତଥା ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାରଙ୍କ ଇସ୍ତଫା ଘଟଣା ବିହାର ଜନତାଙ୍କ ପ୍ରତି ଧୋକା ଏବଂ ବିହାର ଜନତା ଏହାକୁ କେବେ ବରଦାସ୍ତ କରିବେ ନାହିଁ ବୋଲି ବିଜେପି ନେତା ସଞ୍ଜୟ ଜୟସ୍ବାଲ ପ୍ରକାଶ କରିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories