www.samajalive.in
Sunday, December 7, 2025
26.1 C
Bhubaneswar

ରେଙ୍ଗଲୋଇରେ କ୍ଲଷ୍ଟର ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‌ ରେଙ୍ଗଲୋଇ ଗ୍ରାମ ପଞ୍ଚାୟତ ସ୍ଥିତ ରାଜୀବ ଭବନ ପରିସରରେ ଆଜି କ୍ଳଷ୍ଟର ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଥିଲା । ଜିଲ୍ଳାପାଳଙ୍କ ନିର୍ଦେଶକ୍ରମେ ବ୍ଳକ୍‌ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ଶିବିରରେ ରେଙ୍ଗଲୋଇ ଲଇଡା ଏବଂ କିନାଲୋଇ ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ୧୫୨ଟି ଅଭିଯୋଗର ଶୁଣାଣି କରାଯାଇ ସମାଧାନ କରାଯାଇଥିଲା ।  ଏହି ଶିବିରରେ ବ୍ଳକ୍‌ ଉନ୍ନୟନ ଅଧିକାରୀ ଶ୍ରୀ ଦଳପତିଙ୍କ ବ୍ୟତିତ ତହସିଲଦାର ବେର୍ସିୟସ୍‌ ଡୁଙ୍ଗଡୁଙ୍ଗ, ଲଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡା. ଆଶିଷ ମାଝି, ବ୍ଳକ୍‌ କୃଷି ଅଧିକାରୀ ବ୍ୟୋମକେଶ ମିଶ୍ର, ବ୍ଳକ୍‌ ମତ୍ସ୍ୟ ଅଧିକାରୀ ଅଗସ୍ତି ଚୌଧୁରୀ, ଜି.ପି.ଓ ମୋନିକା ବହିଦାର, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହାୟକ ଯନ୍ତ୍ରୀ ମକରଧ୍ୱଜ ନାଏକ ପ୍ରମୁଖ ବିଭିନ୍ନ ବିଭାଗରେ ଅଧିକାରୀ ଅଂଶ ଗ୍ରହଣ କରି ଜନ ଅଭିଯୋଗର ସମଧାନ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟ ଦେ ନାରାୟଣ ତିଓାରୀ, ସମିତି ସଭ୍ୟ ଅଶ୍ୱିନୀ ପଟେଲ, ରେଙ୍ଗାଲୋଇ ସରପଞ୍ଚ ଲତିକା ଚାନ୍ଦ, କିନାଲୋଇ ସରପଞ୍ଚ ସରୋଜିନି କାଲୋ ମଧ୍ୟ ଶିବିର ରେ ଉପସ୍ଥିତ ଥିଲେ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories