www.samajalive.in
Sunday, December 7, 2025
14.1 C
Bhubaneswar

ଖାଉଟି ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ବୌଦ୍ଧ : ଦେଶରେ ଅତ୍ୟାବଶକୀୟ ଖାଉଟି ସାମଗ୍ରୀର ଦର ହୁହୁ ହୋଇ ବୃଦ୍ଧି ପାଇ ଚାଲିଥିବାବେଳେ ସାଧାରଣ ଓ ଖଟିଖିଆ ଲୋକଙ୍କ ଜୀବନ ଜିବିକା କଷ୍ଟକର ହୋଇପଡିଲାଣି। ସ୍ୱେଛାଚାରୀ ଶାସନ ଚଳାଇଥିବା କେନ୍ଦ୍ର ସରକାର ଖାଉଟିମାନଙ୍କ ଉପରେ ବୋଝ ଉପରେ ଲଳିତା ବିଡା ପରି ଗୋଟିଏ ପରେ ଗୋଟିଏ ସାମଗ୍ରୀକୁ ଜିଏସଟି ଅର୍ନ୍ତଭୁକ୍ତ କରିଚାଲିଛନ୍ତି। ଫଳରେ ଗରିବ ଖଟିଖିଆ ଲୋକଙ୍କ ପାଇଁ ପରିବାର ପ୍ରତିପୋଷଣ ଅତ୍ୟନ୍ତ କଷ୍ଟକର ହୋଇଗଲାଣି। ଚୁଡା, ଗୁଡ, ମୁଢି ଆଦି ଗରିବଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ମଧ୍ୟ କେନ୍ଦ୍ର ସରକାର ଟିକସ ଲଦିଛନ୍ତି। ଏହାବ୍ୟତୀତ ସରକାରଙ୍କ ଭୁଲ ନୀତି ଯୋଗୁଁ ଦେଶରେ ବେକାରୀ ସମସ୍ୟା ଚରମ ସୀମାରେ ପହଞ୍ଚି ସାରିଲାଣି। ଦେଶର ଶିକ୍ଷିତ ଯୁବଗୋଷ୍ଠୀ ଏବେ ହତାଶ, ନିରାଶ ଓ ଦିଗହରା ହୋଇ ନିଜର ଭବିଷ୍ୟତ ନେଇ ଆଶଙ୍କା ମଧ୍ୟରେ ରହିଛନ୍ତି। ତେଣୁ କେନ୍ଦ୍ର ସରକାରଙ୍କ ସ୍ୱେଛାଚାରିତା, ସରକାରୀ କଳର ଅପବ୍ୟବହାର ଓ ଅତ୍ୟାବଶକୀୟ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ବୌଦ୍ଧଜିଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ବୌଦ୍ଧ ବାଘଗୁଡା ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ଯୋଗୁଁ ପରିସ୍ଥିତି ଅଣାୟତ ଆଡକୁ ଗତି କରୁଥିବାବେଳେ ବାଧ୍ୟ ହୋଇ ପୋଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ଘଉଡାଇବା ସହିତ ପ୍ରମୁଖ ନେତାମାନଙ୍କୁ ଟାଉନହଲଠାରେ ଅଟକ ରଖାଯାଇଥିଲା।

 

- Advertisement -

ପୁଲିସ ଦ୍ୱାରା ଅଟକ ଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଜିଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ର, ପର୍ଯ୍ୟବେକ୍ଷକ ବିନୋଦ ପାତ୍ର,ବରିଷ୍ଠ ନେତା ସୁଧିର କୁମାର କର୍ଣ୍ଣ,ପ୍ରଶାନ୍ତ କୁମାର ସାହୁ,ସରୋଜ ପ୍ରଧାନ,ସମରେଶ ମିଶ୍ର, ରୋହିତାଶ୍ୱ ବେହେରା,ପିସିସି ସଦସ୍ୟ ରାଏ ସଞ୍ଜୀବ କୁମାର ଦେଓ, ପିତାମ୍ବର କୁଲି, କୁନାଧାର ପୁଟେଲ, ବିଶ୍ୱାମିତ୍ର ପାଢୀ,ପ୍ରଶାନ୍ତ କର୍ଣ୍ଣ, ଅଭୟ ମାଝି, ହରିହର ବିଶୋଇ, ରଞ୍ଜନ ବେହେରା, ଗିରିଶ ଚନ୍ଦ୍ର ବାରିକ୍, ସତ୍ୟନାରାୟଣ ବେହେରା, ବୁଦ୍ଧଦେବ ପ୍ରଧାନ, ଉଦୟନାଥ ଶର୍ମା, ପଙ୍କଜ କର୍ଣ୍ଣ, ଦିନବନ୍ଧୁ ନନ୍ଦୀ, ଉଦ୍ଧବ ବେହେରା, କୁମୁଦ କୁଦେଇ, ଅର୍ଜୁନ ମହାନନ୍ଦିଆ, ଦଣ୍ଡୁଆ ବେହେରା, ସୁମନ୍ତ ମହାକୁଳ, ତାରିଣି ଜେନା, ଉମେଶ ତ୍ରପାଠୀ, ହାଡୁ ବାଦୀ, ବେଣୁଧର ମେହେର, କନିଷ୍ଟ ରାଜହଂସ, କେଶବ କ୍ଷେତି, ସୁଧିର ପଣ୍ଡା, ଶାନ୍ତନୁ ମହାପାତ୍ର, ସମରେନ୍ଦ୍ର ମହାକୁଳ, ପ୍ରଦୀପ ଦାସ, ଶିବ ଚରଣ ବେହେରା, ବିଭୀଷଣ ମିର୍ଦ୍ଧା, ଚିତ୍ତରଞ୍ଜନ ବେହେରା, ଝରିଆ ମହାନନ୍ଦିଆ, ମଙ୍ଗଳୁ ମେହେର, ପ୍ରଦୀପ ପ୍ରଧାନ, ନାରାୟଣ ବେହେରା, ପ୍ରତାପ ପଣ୍ଡା, ପୌଲସ୍ତି ପ୍ରଧାନ, ଭୀମସେନ ନାୟକ, ଗଦାଧର ବାରିକ, ଗଣ୍ଡାଧର ସ୍ୱାଇଁ, ମହିଳା କଂଗ୍ରେସର ସଂପାଦିକା ମମତା ପଣ୍ଡା, ମଞ୍ଜୁ ବେହେରା, ଅହଲ୍ୟା ନାୟକ, ସନ୍ଧ୍ୟାରାଣୀ ସିଂହ,ପ୍ର ଭାତୀ ବେହେରା ପ୍ରମୁଖ ସାମିଲ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories