ମେଗା ଜଳସେଚନ ପ୍ରକଳ୍ପ ଥାଇ ଉତ୍କଟ ମରୁଡ ସ୍ଥିତି ; ଫାଟି ଆଁ କରିଛି ଚାଷ ଜମି

ରେଙ୍ଗାଲି: ରାଜ୍ୟ ସରକାର ମୁଖ୍ୟ ସ୍ଳୋଗାନ୍ ହେଉଛି ଜମିକୁ ଜଳ। ନିର୍ବାଚନ ଇସ୍ତହାରରେ ମଧ୍ୟ ଏହାକୁ ପ୍ରାଥିମିକତା ଦେବା ସହିତ କୃଷି ଏବଂ କୃଷକ ମାନଙ୍କ ସ୍ୱାର୍ଥ ପ୍ରତି ଅଗ୍ରାଧିକାର କଥା ଉଲ୍ଳେଖ ରହୁଛି। ତେବେ ବିଭାଗୀୟ ଅଧିକାରୀ ମାନଙ୍କ ଉଦାସୀନତା ଏବଂ ଖାମ ଖିଆଳି ମନୋଭାବ ଯୋଗୁଁ ସରକାର ଙ୍କ ତଥା କଥିତ ଜମି କୁ ସ୍ଳୋଗାନ୍ କାଗଜ କଳମ ରେ ସୀମିତ ହୋଇ ରହି ଯାଉଥିବାର ଦେଖିବାକୁ ମିଳୁଛି। ରେଙ୍ଗାଲି ବ୍ଳକରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି। ରେଙ୍ଗାଲି ବ୍ଳକ୍ ସୀମାନ୍ତରେ ଥିବା ବିଶାଳ ହୀରାକୁଦ ଜଳ ଭଣ୍ଡାରରୁ ରେଙ୍ଗାଲି,ସାଳଡ,କତରବଗା ଆଦି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ଚାଷ ଜମିକୁ ଜଳ ସେଚନର ସୁବିଧା ପାଇଁ ରାଜ୍ୟ ସରକାର ମେଗା ଉଠାଜଳ ସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। ତେବେ ବିଡମ୍ବନାର ବିଷୟ ଯେ ମେଗା ଉଠା ଜଳ ସେଚନ ପ୍ରକଳ୍ପ ଥାଇ ମଧ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ଚାଷୀ ମାରଣ ନୀତି ଯୋଗୁଁ ଉପରୋକ୍ତ ପଞ୍ଚାୟତର ଚାଷ ଜମି ପାଣି ଅଭାବରୁ ଫାଳ ଫାଳ ହୋଇ ଫାଟି ଆଁ କରିଛି। ଯେଉଁ କେତେକ ଜମିରେ ରୂଆ ଏବଂ ବେଉଷଣ ହୋଇଥିଲା ଉକ୍ତ ଜମିର ଧାନ ଫସଲ ମରିବାକୁ ବସିଲାଣି। ବର୍ଷାର ଘୋର ଅଭାବ ଯୋଗୁଁ ରୁଆ ଏବଂ ବେଉଷଣ କାମ ଠପ୍ ହୋଇଯାଇଛି। ଚାଷର ଅବସ୍ଥା ଏଭଲି ସାଂଘାତିକ ଅବସ୍ଥାରେ ପହଞ୍ଚି ସାରିଥିଲେ ମଧ୍ୟ ଜଳ ସେଚନ ବିଭାଗର କୁମ୍ଭ କର୍ଣ ନିଦ୍ରା ଭାଙ୍ଗୁ ନାହିଁ।

prayash

ଏପର୍ଯ୍ୟନ୍ତ ଉଠାଜଳ ସେଚନ ପ୍ରକଳ୍ପରେ ପାଣି ଛଡା ଯାଇ ନଥିବାରୁ ଚାଷର ଅବସ୍ଥା ଏଭଳି ସଙ୍କଟାପନ୍ନ ହୋଇଛି ବୋଲି ଅସନ୍ତୁଷ୍ଟ ଚାଷୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ମେଗା ଉଠାଜଳ ସେଚନ ପ୍ରକଳ୍ପ ଥାଇ ଆମର ଚାଷ ଜମି ର ଫସଲ ଉତ୍କଟ ମରୁଡି ଅବସ୍ଥାରେ ଉପନୀତ ହେବା ଅତି ଦୁଃଖ ଓ ପରିତାପର ବିଷୟ ବୋଲି ଚାଷୀ ମହଲରେ ମତ ପ୍ରକାଶ ପାଉଛି। ହୀରାକୁଦ ନଦୀ ବନ୍ଧର ଗେଟ୍ ଖୋଲି ଦିଆଯାଇ ମହାନଦୀରେ ପାଣି ଛାଡି ଦିଆ ଯାଉଛି । ଶିଳ୍ପାନୁଷ୍ଠାନ ମାନେ ବି ପାଣି ଶୋଷି ନେଉଛନ୍ତି। କିନ୍ତୁ ଆମଧାନ ଫସଲ ମରିବାକୁ ବସିଲାଣି, ର୍ୁଆ ବେଉଷଣ ଠପ୍ ପଡିଛି ତଥାପି କାହିଁକି ପାଣି ଦିଆଯାଇ ନାହିଁ ବୋଲି ଚାଷୀ ମହଲ ରେ ପ୍ରଶ୍ନ ହେଉଛି। ଜଳ ସେଚନ ଥାଇ ମରୁଡି ସ୍ଥିତି ଦେଖାଦେବା ଚରମ ବିଡମ୍ବନା ର ବିଷୟ। ରାଜ୍ୟ ସରକାର ଏବଂ ଜିଲ୍ଲାପାଳ ଏଦିଗରେ ଗୁରୁତ୍ୱ ଦେଇ ମେଗା ଉଠାଜଳ ସେଚନ ଯୋଜନା ରୁ ଶୀଘ୍ର ଜଳ ଯେଗାଣର ବ୍ୟବସ୍ଥା କରି ଧାନ ଫସଲକୁ ମରୁଡି ଦାଉ ରୁ ରକ୍ଷା କରିବାକୁ ଦାବୀ ହେଉଛି।

kalyan agarbati

Comments are closed.