ଦେଖନ୍ତୁ ପୃଥିବୀର ପ୍ରତି ଦ୍ରାଘୀମା ଅର୍ଥାତ୍‌ ଦିନ ରାତିର ସୀମା; ଭିଡିଓ ଜାରିକଲା ଅନ୍ତର୍ଜାତୀୟ ସ୍ପେସ୍‍ ଷ୍ଟେସନ

ନୂଆଦିଲ୍ଲୀ: ସୂର୍ଯ୍ୟ ସ୍ଥିର । ଆଉ ପୃଥିବୀ ସୂର୍ଯ୍ୟ ଚାରିପଟେ ଅବିରତ ଘୁରୁଛି  । ଏକଥା ସମସ୍ତେ ଜାଣନ୍ତି  । ଆଉ ପିଲା ବେଳେ ନିଶ୍ଚୟ ବହିରେ ଏହିକଥା ପଢ଼ିଥିବେ  । ହେଲେ ଆପଣ ଜାଣିଛନ୍ତି କି ପୃଥିବୀର ସୀମା ବିଷୟରେ ? ଯେଉଁଠି ଦିନ ଓ ରାତି ହୋଇଥାଏ ? ଗୋଟିଏ ପଟେ ଅନ୍ଧକାର ହେଲେ ଅନ୍ୟପଟେ ସୂର୍ଯ୍ୟର ଆଲୋକରେ ଆଲୋକିତ ହୋଇଥାଏ ଧରା  । ଆଜ୍ଞା ହଁ ଦର୍ଶକ ବନ୍ଧୁ.. ଆପଣ ଏ ଯେଉଁ ଦୃଶ୍ୟ ଦେଖୁଛନ୍ତି ପୃଥିବୀର ପ୍ରତି ଦ୍ରାଘୀମା  ।

prayash

ଯେଉଁଠି ଦିନ ରାତି ହୋଇଥାଏ  । ସିଧାସଳଖ ଭାବେ କହିବାକୁ ଗଲେ ଯେଉଁ ସୀମା ଯୋଗୁ ଆମେ ପ୍ରତ୍ୟେକ ଦିନ ଅନ୍ଧକାର ଓ ଆଲୋକକୁ ଅନୁଭବ କରିଥାନ୍ତି  । ଆପଣ ଦେଖୁଥିବା ଏହି ଭିଡିଓଟି ବୈଜ୍ଞାନିକ ମାନେ ଅନ୍ତରୀକ୍ଷରେ ଥିବା ସ୍ପେଶ ଷ୍ଟେସନରୁ ଉତ୍ତୋଳନ କରିଛନ୍ତି  । ଯାହାକୁ ପ୍ରତି ଦ୍ରାଘୀମା ଅର୍ଥାତ୍‍ ଦିନ ରାତିର ସୀମା ବୋଲି କୁହାଯାଇଥାଏ  । ଏନେଇ ବୈଜ୍ଞାନିକ ମାନେ ଗବେଷଣା କରୁଥିବା ବେଳେ ଅନ୍ତର୍ଜାତୀୟ ସ୍ପେସ୍‍ ଷ୍ଟେସନ ପକ୍ଷରୁ ଏହି ଭିଡିଓଟି ଜାରି କରାଯାଇଛି  ।

Comments are closed.