www.samajalive.in
Monday, December 15, 2025
27.1 C
Bhubaneswar

ନୂଆପାଲି ବିଦ୍ୟାଳୟରେ ବନମହୋତ୍ସବ କାର୍ଯ୍ୟକ୍ରମ

ଘଣ୍ଟାପଡା: କଣ୍ଟାମାଳ ବ୍ଲକ କୁଲୁତାଯୋର ପଞ୍ଚାୟତର ଆଦିବାସୀ ଉଚ୍ଚ ବିଦ୍ୟାଳୟ ନୂଆଁପାଲିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅନନ୍ତ ଚରଣ କ୍ଷେତୀଙ୍କ ତତ୍ତ୍ବାବଧାନରେ ବନମହୋତ୍ସବ ପାଳିତ ହୋଇଯାଇଛି। ଉପଦେଷ୍ଟା ବିଦ୍ୟଶଙ୍କର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ବିନି ମେହେର, ଜିଲ୍ଲା ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, କଣ୍ଟାମାଳ ବିଡିଓ କଳାକୃଷ୍ଣ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ଉପାଧ୍ୟକ ମହେନ୍ଦ୍ର ରଣା, ଜିଲ୍ଲାପରିଷଦ ସଦସ୍ଯା ସୁମିତ୍ରା ସାହୁ, କୁଲୁତାଯୋର ସରପଞ୍ଚ ଚୁମୁକି ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ମୋସ୍କୁଲ ଅଭିଯାନ ସଭାପତି ପ୍ରେମରାଜ ରଣା ଧନ୍ୟବାଦ ଦେଇଥିଲେ। ଚଳିତ ମାସ ଜିଲ୍ଲାପାଳ ଶ୍ରୀ ମିଶ୍ର ଅବସର ଗ୍ରହଣ କରୁଥିବାରୁ ଏହି ଅବସରରେ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories