ପାଟଣା: କେନ୍ଦୁଝର ଜିଲ୍ଲାର ପାଟଣା ଓ ସାହାରପଡ଼ା ବ୍ଲକରେ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲାଯିବ। ଏହା ଛଡା ଜିଲ୍ଲାର ବାଂଶପାଳ, ହରିଚନ୍ଦନପୁର ଓ ଝୁମ୍ପୁରାରେ ମଧ୍ୟ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲାଯିବ। ଏନେଇ ରାଜସ୍ବ ପର୍ଷଦ ଓଡ଼ିଶା ପକ୍ଷରୁ ଆଇ.ଜି. ରେଜିଷ୍ଟ୍ରେଶନଙ୍କ ଦ୍ଵାରା ୨୭ ଜୁଲାଇ ୨୦୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ସବୁ ସବ ରେଜିଷ୍ଟ୍ରି କାର୍ଯ୍ୟାଳୟ ତହସିଲ ଅଞ୍ଚଳକୁ ନେଇ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି। ସୂଚନା ଯୋଗ୍ୟ ଯେ ପାଟଣା ନିର୍ବାଚନ ମଣ୍ଡଳୀର ପାଟଣା, ସାହାରପଡ଼ାରେ ସବ ରେଜିଷ୍ଟ୍ରି କାର୍ଯ୍ୟାଳୟ ନଥିବାରୁ ବ୍ୟାପକ ଅସୁବିଧା ହେତୁ ନୂତନ ସବ ରେଜିଷ୍ଟ୍ରି ଖୋଲାଯିବା ନେଇ ଦୈନିକ ‘ସମାଜ’ ଖବରକାଗଜରେ ବହୁବାର ଖବର ପ୍ରକାଶ ପାଇଥିଲା।
Popular Categories



