www.samajalive.in
Monday, December 15, 2025
16.1 C
Bhubaneswar

ଗାଭାସ୍କରଙ୍କ ନାମରେ ନାମିତ ହେବ ଲିଚେଷ୍ଟର କ୍ରିକେଟ୍‌ ପଡ଼ିଆ

ଲଣ୍ଡନ : ପୂର୍ବତନ ଭାରତୀୟ କ୍ରିକେଟର୍‌ ସୁନୀଲ ଗାଭାସ୍କରଙ୍କ ନାମରେ ନାମିତ ହେବାକୁ ଯାଉଛି ଇଂଲଣ୍ଡର ଲିଚେଷ୍ଟର କ୍ରିକେଟ୍‌ ପଡ଼ିଆ। ପୂର୍ବରୁ ଗାଭାସ୍କରଙ୍କ ନାମରେ ଆମେରିକାର କେଣ୍ଟକି ଓ ତାଞ୍ଜାନିଆର ଜାଞ୍ଜିବରରେ ଗୋଟିଏ ଲେଖାଏଁ ଖେଳପଡ଼ିଆ ନାମିତ ହୋଇ ସାରିଛି। ଶନିବାର ଗାଭାସ୍କରଙ୍କ ନାମରେ ଲିଚେଷ୍ଟର କ୍ରିକେଟ୍‌ ପଡ଼ିଆ ନାମିତ ହେବ ବୋଲି ଜଣାପଡ଼ିଛି। ପ୍ରଥମ ଭାରତୀୟ କ୍ରିକେଟର୍‌ ଭାବେ ଗାଭାସ୍କରଙ୍କ ନାମରେ ଇଂଲଣ୍ଡ କିମ୍ବା ୟୁରୋପର କୌଣସି ଦେଶର ଏକ ପଡ଼ିଆର ନାମ ରଖାଯିବାକୁ ଯାଉଛି।
ବର୍ତ୍ତମାନ ଇଂଲଣ୍ଡରେ ଥିବା ୭୩ ବର୍ଷୀୟ ଗାଭାସ୍କର ନିଜ ପ୍ରତିକ୍ରିୟାରେ କହିଛନ୍ତି ଲିଚେଷ୍ଟର ପଡ଼ିଆ ତାଙ୍କ ନାମରେ ନାମିତ ହେବାକୁ ଯାଉଥିବାରୁ ସେ ବେଶ୍‌ ଖୁସି ଅଛନ୍ତି। ଏହା ତାଙ୍କ ସହ ଭାରତୀୟ କ୍ରିକେଟ୍‌ ନିମନ୍ତେ ଗର୍ବର ବିଷୟ। ଗାଭାସ୍କର ଶନିବାର ଲିଚେଷ୍ଟର ଯାଇ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଗାଭାସ୍କରଙ୍କ ଏକ ବିରାଟ ଚିତ୍ର ଲିଚେଷ୍ଟର ପଡ଼ିଆର କାନ୍ଥରେ ଅଙ୍କା ଯାଇଥିବା ଜଣାପଡ଼ିଛି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories