www.samajalive.in
Monday, December 15, 2025
16.1 C
Bhubaneswar

ମନ୍ଦିରରରୁ ଚୋରି, ଚୋର ଗିରଫ

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅଧିନ ନଡୁଆପଡା ଲୋକନାଥେଶ୍ୱର ଶିବ ମନ୍ଦିରରେ ୧୯ତାରିଖ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡିଛି । ମନ୍ଦିରର ପୂଜକ ସୁବାସ ରଣା ସନ୍ଧ୍ୟା ଆଳତୀ ସାରି ମନ୍ଦିରର ମୁଖ୍ୟ ଫାଠକରେ ତାଲା ପକାଇ ବିଶ୍ରାମ କକ୍ଷରେ ଶୋଇଥିଲେ। ତେବେ ସକାଳୁ ମନ୍ଦିର ଖୋଲିବା ବେଳକୁ ମନ୍ଦିର ଓ ମୁଖ୍ୟ ଫାଠକ ତାଲା ଭାଙ୍ଗି ସଂପୃକ୍ତ ଦୁର୍ବୁତ୍ତ ପିତ୍ତଳ ଘଣ୍ଟା, ଘଣ୍ଟି, ବାସନକୁସନ, ରୂପା ଆଖି ୮ଟି, ପିତ୍ତଳ ଆଖି ଗୋଟିଏ ହଳ, ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ମନ୍ଦିର ସେବାୟତ ଏ ସଂପର୍କରେ ଆଠଗଡ ପୁଲିସକୁ ଲିଖିତ ଆକାରରେ ଜଣାଇବା ପରେ ପୁଲିସ ତୁରନ୍ତ ଆସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସେଠାରେ ପଡିଥିବା ଏକ ପରିଚୟ ପତ୍ର ପାଇ ପୁଲିସ ତନାଘନା ଅନୁସନ୍ଧାନ କରି ଢେଙ୍କାନାଳ କଲେଜ ରାସ୍ତାର ବାଇପାସ ନିକଟରୁ ଅରକ୍ଷିତ ପିରେଇଙ୍କ ପୁଅ ଶ୍ୟାମସୁନ୍ଦର ପିରେଇ(୨୦)ଙ୍କୁ ଢେଙ୍କାନାଳ ପୁଲିସ ସହାୟତାରେ ଧରିବା ସହ ତା ଠାରୁ ସମସ୍ତ ଚୋରି ସାମଗ୍ରୀ ଏବଂ ଚୋରିରେ ବ୍ୟବହୃତ ପଲସର ବାଇକ ଓ ଚୋରି ପାଇଁ ବ୍ୟବହୃତ ହେଉଥିବା ଲୁହାଛଡ ଆଦି ଉପକରଣ ଜବତ କରିଥିଲେ। ତାକୁ ଆଠଗଡ ଥାନାକୁ ଆଣିବା ପରେ ପଚରାଉଚରା କରି ସତ୍ୟ ଉନ୍ମୋଚନ ପରେ ଅଦାଲତରେ ହାଜର କରାଯାଇଥିବା ଜଣାପଡିଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ରଞ୍ଜନ କୁମାର ସାହୁଙ୍କ ସୁତ୍ରରୁ ପ୍ରକାଶ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories