nua o banner

ପାଣି ଉତ୍ସରୁ ବ୍ୟାପିଛି ସଂକ୍ରମଣ, ଏବେ ନିୟନ୍ତ୍ରଣରେ କାଶୀପୁର ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

BJD Bijuli 480×75 Mob

ଡେସ୍କ: ରାୟଗଡ଼଼ା ଜିଲ୍ଲା କାଶୀପୁରରେ ଦେଖା ଦେଇଥିବା ସଂକ୍ରମଣ ପାଣି ଉତ୍ସ ଯୋଗୁ ହୋଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ସେଠାରେ ଭିବ୍ରିଓ କଲେରା ବ୍ୟାକ୍ଟେରିଆ ସଂକ୍ରମଣ ହୋଇଛି। ଗୋଟିଏ ଜଳ ଉତ୍ସ ସମସ୍ତେ ବ୍ୟବହାର କରୁଥିବାରୁ ଆଖପାଖ ଅଂଚଳକୁ ଏହି ସଂକ୍ରମଣ ବ୍ୟାପିଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଏବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ରାୟଗଡ଼଼ା ଓ କୋରାପୁଟର ସ୍ୱାସ୍ଥ୍ୟ ବିଭାଗ ଟିମ୍‍ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏଠି ସହିତ ସେଠାରେ ଜଳ ବିଶୋଧନ କରାଯିବା ସହ ପାନୀୟ ଜଳ ଯୋଗାଣ ନେଇ ବ୍ୟବସ୍ଥା କରାଯାଉଥିବା ଜଣାପଡିଛି। ଅନ୍ୟପକ୍ଷରେ ପ୍ରତିଦିନ ସେଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଥିବା ସୂଚନା ମିଳିଛି।

Comments are closed.