www.samajalive.in
Sunday, December 7, 2025
26.1 C
Bhubaneswar

ରଙ୍ଗେଇଲୁଣ୍ଡା ବିମାନ ବନ୍ଦର ସମ୍ପ୍ରସାରଣ ନିମନ୍ତେ ଅତିରିକ୍ତ ୨୦ ଏକର ଜମି ଅଧିଗ୍ରହଣ କରାଯିବ

ଗୋପାଳପୁର : ରଙ୍ଗେଇଲୁଣ୍ଡା ବିମାନ ବନ୍ଦରକୁ ସମ୍ପ୍ରସାରଣ କରିବା ନିମନ୍ତେ  ପୁଣିଥରେ ଉଚ୍ଚ ଅଧିକାରୀଙ୍କ ଏକ ଟିମ ବିମାନ ବନ୍ଦର ଅଞ୍ଚଳ ପରିଦର୍ଶନ କରିବା ସହ ଉପସ୍ଥିତ ରହିଥିବା ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଏହାସହ ବିମାନ ବନ୍ଦର ସମ୍ପ୍ରସାରଣ ନିମନ୍ତେ ଅତିରିକ୍ତ ୨୦ ଏକର ଜମି ଦରକାର ପଡ଼ୁଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ଏହା ନେଇ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ବର୍ତମାନ ଏହି ବିମାନ ବନ୍ଦର କୁ ୧୦ ସିଟ ବିଶିଷ୍ଟ ବିମାନ ଯାଆସ ନିମନ୍ତେ ଜିଡିସିଏ ପକ୍ଷରୁ ଅନୁମତି ଦିଆଯାଇଥିବା ବେଳେ ବିମାନ ବନ୍ଦର ସମ୍ପ୍ରସାରଣ ପରେ ଅଧିକ ସିଟ ବିଶିଷ୍ଟ ବିମାନ ଯାଆସ କରିପାରିବ ବୋଲି ପଦାଧିକାରୀ ପ୍ରକାଶ କରିଥିଲେ।
ସୂଚନା ଯୋଗ୍ୟ ଯେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହି ବିମାନ ବନ୍ଦର ବ୍ୟବହାର ହୋଇଥିବା ବେଳେ ଆଜି ଯାଏଁ ଏହା ଉପେକ୍ଷିତ ହୋଇ ପଡ଼ିରହିଛି।ଏଠି କେବଳ ବଡବଡିଆ ଅଧିକାରୀ ଯାଆସ ଏବଂ ସାମାରିକ ଅଧିକାରୀ ଗୋଳାବନ୍ଧ ଆର୍ମି ଏଡି କଲେଜ ପରିଭ୍ରମଣ ରେ ଆସିଲେ ବ୍ୟବହୃତ ହୋଇ ଆସୁଥିଲା।ଏହା ମଧ୍ୟରେ ବିଭିନ୍ନ ସଂଗଠନ ପକ୍ଷରୁ ଏହି ବିମାନ ବନ୍ଦର କୁ ବିମାନ ବନ୍ଦର ର ମାନ୍ୟତା ଦେବା ସହ ପ୍ରତିଦିନ ଏଠାରୁ ବିମାନ ଚଳାଚଳ କରିବାକୁ ଦାବି ହୋଇ ଆସୁଛି।ଏହି କ୍ରମରେ ରାଜ୍ୟ ସରକାର ପକ୍ଷରୁ ଏହାର ସମ୍ପ୍ରସାରଣ କରାଯିବାକୁ ବିଭିନ୍ନ ସମୟରେ ବିମାନ ବନ୍ଦର ଅଞ୍ଚଳ ପରିଦର୍ଶନ ସହ ଘୋଷଣା କରାଯାଉଥିଲେ ସୁଦ୍ଧା ଆଜି ଯାଏଁ ଏହାକୁ କାର୍ୟ୍ୟକାରୀ କରାଯାଇ ପାରିନାହିଁ।
ରାଜସ୍ୱ ବିଭାଗର ଏ ଡି ଏମ୍ ପ୍ରିୟ ରଞ୍ଜନ ପୃଷ୍ଟି,ତପନ ପାଣିଗ୍ରାହି , ଡେପୁଟି କଲେକ୍ଟର ରାଜ କିଶୋର ଜେନା,ତହସିଲଦାର ମନୋଜ ପ୍ରଭାକର କୂଜୁରୁ,ସୂପରଭାଇଯର ଜି. ଲକ୍ଷ୍ମୀ ଦେବୀ, ଆର୍ ଆଇ ସନ୍ତୋଷ କୁମାର ବିଷୋୟୀ, ନିର୍ମଳ ନାୟକ ଏ ଇ ଈ ପି ଡବ୍ଲୁ ଡି,ରାଜ୍ୟ ଟ୍ରାନ୍ସପୋର୍ଟ ଲେଣ୍ଡ ଏକ୍ୟୁଜେଶନ ଅଧିକାରୀ ଉମା କାନ୍ତ ବାରିକ,ଅଣ୍ଡର ସେକ୍ରେଟାରୀ କଳ୍ପତରୁ ରାଉତରାୟ,ହେଡ ଆସିଷ୍ଟାଣ୍ଟ ଗଗନ ବିହାରୀ ନନ୍ଦ, ଲକ୍ଷ୍ମଣ ମାରଣ୍ଡି, ଜେ ଇ ପି ଡବ୍ଲୁ ଡି,ଚିନ୍ମୟ ତ୍ରିପାଠୀ ଜେ ଇ ପି ଡବ୍ଲୁ ଡି, ଆର୍ ଆଇ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ,ଅମିନ ମନୋଜ କୁମାର ସାହୁ,ଡି.କମେଶ୍ୱର୍ ,ବସନ୍ତ ପଟନାୟକ ପ୍ରମୁଖ ଉପସ୍ଥିତ ରହି ବିମାନ ବନ୍ଦର ସମ୍ପ୍ରସାରଣ ଜମି ବୁଲି ଦେଖିଥିଲେ।।ବିମାନ ବନ୍ଦର ପଡିଆ କୁ ଲାଗି ରହିଥିବା ଏକ କେନାଲ ଯୋଗୁଁ ବିମାନ ବନ୍ଦର ସମ୍ପ୍ରସାରଣ ରେ ବିଳମ୍ବ ହେଉଥିବା ଘଟୁଥିବା ଅଧିକାରୀ ମାନେ ପ୍ରକାଶ କରିଥିଲେ। ବର୍ତମାନ ବିମାନ ପଡିଆ ଟି ୯୭୫ ମିଟର ଲମ୍ବ ଓ ୧୫୦ ମିଟର ଓସାର ରହିଛି।ଅଧିକ ସିଟ ବିଶିଷ୍ଟ ବିମାନ ଉଡାଣ ପାଇଁ ଅଧିକ ପ୍ରାୟ ୨୫୦ ମିଟର ଲମ୍ବ ଓ ଓସାର ପାଇଁ ପ୍ରାୟ ୯୦ ମିଟର ପର୍ୟ୍ୟନ୍ତ ବଢ଼ାଯିବାକୁ ନିଷ୍ପତ୍ତି ନିଆଯାଇଛି।ଏହି କ୍ରମରେ ବିଶ୍ଵବିଦ୍ୟାଳୟ ପରିସର ମଧ୍ୟରେ ଥିବା ଛାତ୍ରାବାସ ପଟୁ ୯୦ ମିଟର ପର୍ୟ୍ୟନ୍ତ ବଢାଯିବ ବୋଲି ଜଣାପଡିଛି। ତାହା ସହ ବିମାନ ପଡିଆ ନିକଟରେ ଥିବା ଚାଷ ଜମି ପାଇଁ ରହିଥିବା କେନାଲ ବାଧା ସୃଷ୍ଟି କରୁଥିବାରୁ ଏ ନେଇ କେନାଲ ଡିଭିଜନ ବିଭାଗର ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ।ଏହି କେନାଲ କୁ ଉପରେ କଲଭର୍ଟ କିମ୍ବା ଅନ୍ୟ ସ୍ଥାନ ଦେଇ କେନାଲ ନେବା କିମ୍ବା କେନାଲ କୁ ପୋତି ଦେଇହେବ ସେ ନେଇ ଆଲୋଚନା କରାଯାଇଥିଲା।ଏହି କେନାଲ ପାଣି ଦ୍ଵାରା କେତେ ଚାଷ ଜମି ନିର୍ଭର କରନ୍ତି ଥାହା ସର୍ଭେ କରି ବାକୁ ରାଜସ୍ବ ଅଧିକାରୀ ଙ୍କୁ କହିଛନ୍ତି।ଆବଶ୍ୟକ ଥିବା ପ୍ରାୟ ୨୦ ଏକର ଜମି ରେ କେତେ ସରକାରୀ ଓ ପ୍ରାଇଭେଟ୍ ଜମି ରହିଛି ସର୍ଭେ କରିବାକୁ ମଧ୍ୟ ଆଲୋଚନା କରିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories