www.samajalive.in
Monday, December 15, 2025
24.1 C
Bhubaneswar

ଉପକୂଳ ଓଡିଶାରେ ଲାଗି ରହିଛି ବର୍ଷା ; ୧୧ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଉପକୂଳ ଓଡିଶାରେ ଲାଗି ରହିଛି ବର୍ଷା। ରାଜ୍ୟର ଅଧିକାଂଶ ସ୍ଥାନ ତଥା ଟୁଇନ ସିଟିରେ ଲାଗି ରହିଛି ତୁହାକୁ ତୁହା ବର୍ଷା। ଉତ୍ତର ଛତିଶଗଡ ଏବଂ ଉତ୍ତର – ପୂର୍ବ ମଧ୍ୟପ୍ରଦେଶରେ ଲଘୁଚାପ ସକ୍ରିୟ ରହିଛି। ଗତକାଲିର ଲଘୁଚାପ କ୍ଷେତ୍ର ଆଜି ଉତ୍ତର ଛତିଶଗଡ ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଅଞ୍ଚଳରେ ସକ୍ରିୟ ରହିଛି । ଝାରସୁଗୁଡା ଏବଂ ପୁରୀ ମଧ୍ୟ ଦେଇ ଲମ୍ବିଛି ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ରାଜ୍ୟର ୧୧ଟି ଜିଲାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
୧୧ ଜିଲାକୁ ପାଣି ପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗଜପତି,ଗଞ୍ଜାମ,ପୁରୀ,ଜଗତସିଂହପୁରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାଛଡା କଟକ, ଢେଙ୍କାନାଳ, ବଲାଙ୍ଗୀର, ବରଗଡ, ନୂଆପଡା, ସମ୍ବଲପୁର ଓ ଅନୁଗୁଳ ଜିଲାରେ ପ୍ରବଳ ବର୍ଷିବ।
ମୌସୁମୀ ନିମ୍ନ ଚାପ ରେଖା ରାଜସ୍ଥାନର ଯଶେଲମେର ରୁ ବାହାରି କୋଟା, ଲଘୁଚାପ କ୍ଷେତ୍ର ର କେନ୍ଦ୍ର, ଓଡ଼ିଶାର ଝାରସୁଗୁଡା ଏବଂ ପୁରୀ ମଧ୍ୟ ଦେଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଥିବାରୁ, ବଙ୍ଗୋପସାଗର ରୁ ମେଘ ଖଣ୍ଡ ଗୁଡିକ ଉପକୂଳ ମୁହାଁ ହେବା ସହ କିଛି ଜିଲ୍ଲାରେ ବର୍ଷା ଲାଗିରହିଛି । ଜୁନ ମାସ ଶେଷ ସୁଦ୍ଧା ରାଜ୍ୟରେ ନିଅଣ୍ଟିଆ ବର୍ଷା ୪୦ ପ୍ରତିଶତ ଥିବାବେଳେ, ଜୁଲାଇ ମାସର ପ୍ରଥମ ୪ ଦିନରେ ଏହି ନିଅଣ୍ଟିଆରେ ୧୧ ପ୍ରତିଶତ ଭରଣ ହେବା ସହ, ଆଜି ଜୁଲାଇ ୪ ସୁଦ୍ଧା (୧ ଜୁନରୁ ୪ ଜୁଲାଇ ୨୦୨୨) ରାଜ୍ୟରେ ୧୮୧. ୪ ମିମି ସହ ସ୍ୱାଭାବିକ ବର୍ଷା ୨୫୬.୧ ମିମି ତୁଳନାରେ ୨୯ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି ।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories