www.samajalive.in
Sunday, December 7, 2025
26.1 C
Bhubaneswar

ହେଲିକପ୍ଟର ଦୁର୍ଘଟଣାରେ ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ ; ମାଲକାନଗିରିରେ ଶୋକର ଛାୟା

ମାଲକାନଗିରି:  ଆରବ ସାଗରରେ ଓଏନଜିସି ହେଲିକପ୍ଟର ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଓଡ଼ିଆ ଯୁବକ ଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଉଛନ୍ତି ଜିଓଲୋଜିଷ୍ଟ ସତ୍ୟମ୍ବଦ ପାତ୍ର । ସତ୍ୟମ୍ବଦଙ୍କ ଘର ମାଲକାନଗିରିରେ ଓ ତାଙ୍କ ବାପା ସୁରେଶ ପାତ୍ର ମାଲକାନଗିରି ଏଆରଏସଏସ କାର୍ଯ୍ୟଳୟରେ ଷ୍ଟେନୋ ଭାବେ କାର୍ଯ୍ୟରତ ଥିବା ଜଣାପଡିଛି । ସତ୍ୟମ୍ବଦ ମୁମ୍ବାଇ ଓଏନଜିସିରେ କାର୍ଯ୍ୟରତ ଥିଲେ ।
ତେବେ ଆରବସାଗରରେ ମଙ୍ଗଳବାର ଦିନ ଓଏନଜିସି ହେଲିକପ୍ଟର ଖସିପଡ଼ିଥିଲା । ହେଲିକପ୍ଟରରେ ଯାତ୍ରା କରୁଥିବା ୯ ଜଣଙ୍କ ମଧ୍ୟରୁ ୪ ଜଣ ପ୍ରାଣ ହରାଇଥିଲେ । ଆରବ ସାଗରରେ ଏକ କମ୍ପାନୀର ରିଙ୍ଗରେ ଲ୍ୟାଣ୍ଡ୍ କରିବାକୁ ଚେଷ୍ଟା କରୁଥିବା ବେଳେ ଓଏନଜିସିର ଏହି ହେଲିକପ୍ଟର ସମୁଦ୍ରରେ ଖସିପଡ଼ିଥିଲା । ପବନ ହଂସ ହେଲିକପ୍ଟରରେ ଦୁଇ ପାଇଲଟଙ୍କ ସମେତ ସାତ ଜଣ ଥିଲେ । ଏହି ଦୁର୍ଘଟଣା ମୁମ୍ବାଇ ଉପକୂଳରୁ ସମୁଦ୍ରରେ ୫୦ ମାଇଲ ଦୂରରେ ଘଟିଥିଲା । ଫ୍ଲୋଟର୍ସ ଦ୍ୱାରା ହେଲିକପ୍ଟର କିଛି ସମୟ ପାଇଁ ବାହାରେ ରହିବାରେ ସଫଳ ହୋଇଥିଲା ଆଉ ଏହି ସମୟରେ ଉଦ୍ଧାରକାରୀ ଦଳ ୯ ଜଣଙ୍କୁ ବାହାର କରିଥିଲେ । ସେମାନଙ୍କ ମଧ୍ୟରୁ ଚାରି ଜଣ ବେହୋସ୍ ଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ମାଲକାନଗିରିରେ ପହଞ୍ଚିବା ପରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । ପୁଅର ମୃତ୍ୟୁ ଖବର ଶୁଣି ପରିବାର ଲୋକ ଦୁଖରେ ଭାଙ୍ଗି ପଡ଼ିଛନ୍ତି। ଆଜି ପୁଅର ଶବ ଆଣିବା ପାଇଁ ବାପା ସୁରେଶ ମୁମ୍ବାଇ ଯାଇଥିବା ଜଣାପଡିଛି । ସତ୍ୟମ୍ବଦଙ୍କ ସ୍ତ୍ରୀ ୩ ମାସର ଗର୍ଭବତୀ ଥିବା ଜଣାପଡିଛି ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories