www.samajalive.in
Sunday, December 7, 2025
26.1 C
Bhubaneswar

ବସ୍ତି ଅନୁଭୂତି ପାଇଁ ରାତିକ ଭଡ଼ା ୨୨୮୦ ଟଙ୍କା

ମୁମ୍ବଇ : ଭାରତର ବସ୍ତିଜୀବନକୁ ନେଇ ଦେଶବିଦେଶରେ ଚର୍ଚ୍ଚା। ଏଠାକାର ନିଆରା ଜୀବନଶୈଳୀକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ସ୍ଲମ୍‍ଡଗ୍‍ ମିଲେନିୟର’ ହଲିଉଡ୍‍ର ଚର୍ଚ୍ଚିତ ସିନେମା। ଏହି ପରିପ୍ରେକ୍ଷୀରେ ବସ୍ତିଜୀବନର ଅଭିଜ୍ଞତା ଓ ଅନୁଭୂତି ବାଣ୍ଟିବା ପାଇଁ ମୁମ୍ବଇରେ ଖୋଲିଛି ସ୍ୱତନ୍ତ୍ର ହୋଟେଲ; ଯେଉଁଠି ରାତିକ ୨୨୮୦ଟଙ୍କା ଭଡ଼ାରେ ମିଳୁଛି ବସ୍ତିର କଦାକାର ଚେହେରା ଓ ଚଳଣି ଭିତରେ ଆରାମଦାୟକ ଜୀବନର ଅନୁଭୂତି। ଏହା ଭାରତୀୟ ବସ୍ତିକୁ ନେଇ ବିଦେଶରେ ଥିବା କଳ୍ପନାର ପରିବର୍ତ୍ତନ ପାଇଁ ପ୍ରୟାସର ଭିନ୍ନ ବାର୍ତ୍ତାବହ ସାଜିଛି। ମୁମ୍ବଇର ଖାରଦଣ୍ଡା ବସ୍ତିରେ ଗତ ବର୍ଷ ଖୋଲିଛି ‘ସ୍ଲମ୍‍ ହୋଟେଲ’। ବସ୍ତିବାସୀ ରବି ସାନ୍ସୀ ଏହାର ମାଲିକ। ରବି ବସ୍ତିରେ ଥିବା ତାଙ୍କ ଘରକୁ ଆଧୁନିକ ଢ଼ଙ୍ଗରେ ସଜାଇଛନ୍ତି। ଏଥିରେ ଲଗାଇଛନ୍ତି ଏସି ଓ ଟିଭି। କାନ୍ଥକୁ ଭଲ ଭାବେ ରଙ୍ଗ କରିଛନ୍ତି ଆଉ ଆରାମଦାୟକ ବିଛଣା ବ୍ୟବସ୍ଥା କରିଛନ୍ତି। ଏହାର ଫଟୋକୁ ସେ ଫେସ୍‍ବୁକ୍‍ ପୃଷ୍ଠାରେ ପ୍ରସାରିତ କରିଛନ୍ତି।
ରବିଙ୍କୁ ଏଭଳି କରିବାକୁ ବୁଦ୍ଧି ଦେଇଛନ୍ତି ଜଣେ ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ଡେଭିଡ ବିଜିଲ। ଏହା ମାଧ୍ୟମରେ ରବିଙ୍କୁ ସେ ଅଧିକ ରୋଜଗାରର ରାସ୍ତା ଦେଖାଇବା ସହ ଦୁଇ ବର୍ଗର ଲୋକଙ୍କୁ ଏକାଠି ହେବାର ଉଦ୍ୟମ କରିଛନ୍ତି। ଯେଉଁମାନେ କେବେ ବସ୍ତିର ମାଟି ମାଡ଼ନ୍ତି ନାହିଁ ବା ବସ୍ତିକୁ ଦେଖିଲେ ନାକ ଟେକନ୍ତି ସେମାନେ ‘ସ୍ଲମ୍‍ ହୋଟେଲ’କୁ ଆସି ଆରାମରେ ରାତି ବିତାଉଛନ୍ତି। ଏହି ପଦକ୍ଷେପ ଦ୍ୱାରା ରବି ଓ ଡେଭିଡଙ୍କ ପ୍ରୟାସ ଅନେକାଂଶରେ ସଫଳ ହୋଇଥିଲାବେଳେ ସମାଲୋଚକ ଭିନ୍ନ ସ୍ୱରରେ ପ୍ରତିକ୍ରିୟା ଦେଉଛନ୍ତି। ସେମାନଙ୍କ ମତରେ ଏହା ହେଉଛି ‘ଚିଡ଼ିଆଖାନାର ଜୀବନ’ ଏବଂ ‘ପଭର୍ଟି ପର୍ଣ୍ଣ’ ବା ଦାରିଦ୍ର୍ୟର ଅଶ୍ଳୀଳ ଖେଳ। ଏଠାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ସହ ରହଣିକୁ ନେଇ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଉଥିବା ଜଣାପଡ଼ିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories