www.samajalive.in
Sunday, December 7, 2025
26.1 C
Bhubaneswar

ସିନେମା ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ବିରୋଧରେ ଥାନାରେ ଏତଲା

ନବରଙ୍ଗପୁର: ହିନ୍ଦୀ ସିନେମା ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ବିରୋଧରେ ବିଜେପି ନେତା ଗୈାରୀଶଙ୍କର ମାଝୀ  ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି । ଶ୍ରୀବର୍ମା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୈାପଦୀ ମୁର୍ମୁଙ୍କର ଉପରେ ଏକ ଟିଟ୍ୱ କରି ଆଦିବାସୀଙ୍କୁ ନିମ୍ନ ଚକ୍ଷୁରେ ଦେଖୁଛନ୍ତି । ତାଙ୍କର ଏପ୍ରକର ବୟାନ ସମଗ୍ର ଆଦିବାସୀ ସମାଜକୁ ଅପମାନିତ କରିଛି ।  ସେ ଜାତିଆଣ ମନୋବୃତି ରଖି ଏପ୍ରକାର ବୟାନ ଦେଇଛନ୍ତି । ଜଣେ ଆଦିବାସୀ ହୋଇଥିବାରୁ ଶ୍ରୀ ବର୍ମାଙ୍କର ଏଭଳି ବୟାନରେ ସେ ମର୍ମାହତ  । ଶ୍ରୀମତି ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ସେ ଏହାକୁ ସହ୍ୟନକରିପାରି ଏପ୍ରକାର ମନ୍ତବ୍ୟ ଦେଇଛନ୍ତି ।

ଆଦିବାସୀ ମାନଙ୍କୁ ନିମ୍ନ ଆଖିରେ ଦେଖୁଥିବାରୁ ସାମାଜିକ ଗଣ ମାଧ୍ୟମରେ ଟିଟ୍ୱରର ଅପବ୍ୟବହର କରି ଏପ୍ରକାର ବୟାନ ଦେଇଥିବାରୁ ତାଙ୍କର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲାରେ ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି । ସେ ଥାନା ଅଧିକାରୀ ତାରିକ ଅହମ୍ମଦଙ୍କୁ ଭେଟି ଏହି ଏତଲା ଦେଇଛନ୍ତି । ଅନ୍ୟମାନଙ୍କର ମଧ୍ୟରେ ଶର୍ମିଷ୍ଠା ଦେଓ, ମିନତି ପଟ୍ଟନାୟକ, ନୀଳକଣ୍ଠ ଖମାରୀ, ସୁନୀତା ପାଢୀ, ଦେବଦାସ ମହାଙ୍କୁଡ, ସୁବ୍ରତ ମିଶ୍ର , ମାନସ ତ୍ରିପାଠୀ, ବନ୍ଦିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories