www.samajalive.in
Sunday, December 7, 2025
14.1 C
Bhubaneswar

ପୁରୁଣାକଟକରେ ଶୁଭାରମ୍ଭ ହେଲା କିୟୋର ବେ କ୍ଲିନିକ 

ହରଭଙ୍ଗା : ଆଧୁନିକ ଯୁଗରେ ମଣିଷ ହାତପାହାନ୍ତାରେ ଅତି ସହଜରେ କିଭଳି ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିିଳିବ ସେ ଲକ୍ଷ୍ୟରେ କିୟୋର- ବେ କମ୍ପାନୀ ପକ୍ଷରୁ ତାର ପ୍ରଚେଷ୍ଟା ଆରମ୍ଭ ହୋଇଛି। ଓଡିଶାର ଦଶତମ ଏବଂ ବୌଦ୍ଧ ଜିଲ୍ଲାରେ ଦ୍ୱିତୀୟତମ କିୟୋର –ବେ କ୍ଲିନିକ ହରଭଙ୍ଗା ବ୍ଲକର ପୁରୁଣାକଟକ ଠାରେ ଶୁଭାରମ୍ଭ ହୋଇଛି । ଏହାର ଉଦଘାଟୀନ କାର୍ଯ୍ୟକ୍ରମରେ ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଯୋଗଦାନ କରି ଏହାର ଶୁଭ ଉଦଘାଟନ କରିଥିଲେ।
ଉଦଘାଟୀନ ଉତ୍ସବରେ ଅନ୍ୟତମ ଅତିଥିଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର,ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାନ୍ତି,କିୟୋର-ବେ ସଂସ୍ଥାର ପ୍ରତିଷ୍ଠାତା ପ୍ରିୟଦର୍ଶୀ ମହାପାତ୍ର,ଜେମିନି ମେଡିକାଲର ପ୍ରତିଷ୍ଠାତା ,ତଥା କିୟୋର ବେ ସଂସ୍ଥାର ପରାମର୍ଶଦାତା ତଥା ହୃଦରୋଗ ବିଶେଷଜ୍ଞ ଡାକ୍ତର ବିରେନ ସାହୁ,ବୌଦ୍ଧ ଏ.ଡି.ଏମ.ଓ କିଶୋର ଚନ୍ଦ୍ର ପଟ୍ଟନାୟକ,ବିଶ୍ୱଜିତ ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ।
କିୟୋର –ବେ ସଂସ୍ଥାର ପ୍ରତିଷ୍ଠାତା ପ୍ରିୟଦର୍ଶୀ ମହାପାତ୍ର ଏହାର ମୂଳ ଲକ୍ଷ୍ୟ ଉପରେ ବିସ୍ତୃତଭାବେ ସୂଚନା ପ୍ରଦାନ କରିଥିଲେ। କୋଭିଡ ଭଳି ମହାମାରୀ ସମୟରେ କୌଣସି ଶାରିରୀକ ଅସୁସ୍ଥତା ଯୋଗୁଁ ମେଡିକାଲ ଯାଇ ଡାକ୍ତର ପରାମର୍ଶ କରିବା ଏକ କାଠିକର ପାଠ ଥିଲା। ଏଭଳି ସମୟରେ ସେ ଭୋଗୀଥିବା ଅସୁବିଧା ଆଜିର କିୟୋର-ବେ ସଂସ୍ଥା ଖୋଲିବାକୁ ଏକ ସୁଚିନ୍ତିତ ପଦକ୍ଷେପ ବୋଲି କହିଥିଲେ। ଏହାଦ୍ୱାରା ସ୍ୱଳ୍ପ ଖର୍ଚ୍ଚରେ ଗ୍ରାମାଚଂଳ ଗରିବ ଶ୍ରେଣୀର ଲୋକ ଏହି କ୍ଲିନିକ ଜରୀଆରେ ବଡ ବଡ ଡାକ୍ତରଙ୍କ ସହ ଭିଡଓ କନଫରେନସିଙ୍ଗ ଜରୀଆରେ ପରାମର୍ଶ ନେଇ ଚିକିତ୍ସା ସୁବିଧା ହାତପାହାନ୍ତାରେ ପାଇପାରିବେ। ଏହାଦ୍ୱାରା ଗ୍ରାମାଚଂଳ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳିବା ଲକ୍ଷ୍ୟରେ ଏହା ରାଜ୍ୟରେ ଆରମ୍ଭ କରାଯାଇଛି। ଜିଲ୍ଲାପାଳ ମଦ୍ୟ ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଜରୁରୀ ରହିଥିବା ବେଳେ ଏହା ଲୋକଙ୍କ ପାଇଁ ବେଶ ଲାଭଦାୟକ ହେବ ବୋଲି ମତ ରଖିଥିଲେ।ମୁଖ୍ୟଅତିଥି ମନ୍ତ୍ରୀ ବୌଦ୍ଧ ଭଳି ଜିଲ୍ଲାରେଏହାର ଦ୍ୱିତୀୟ ଶାଖା ଖୋଲିବା ନେଇ ଖୁସି ବ୍ୟକ୍ତ କରିବା ସହ ଲୋକଙ୍କ ପାଇଁ ଏହା ବେଶ ସୁବିଧା ଯୋଗାଇପାରିବ ବୋଲି ମତ ରଖିଥିଲେ। ବାଳକୃଷ୍ଣ ନାଏକ ମଂଚ ପରିଚାଳନା କରିଥିବାବେଳେ ପୁରୁଣାକଟକ କିୟୋର-ବେ ସଂସ୍ଥାର ପରିଚାଳକ ବିଶ୍ୱଜିତ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories