www.samajalive.in
Saturday, December 6, 2025
14.1 C
Bhubaneswar

ବଦଳି ପାରୁନି ୧୫୩ବର୍ଷ ପୂରାତନ ପ୍ରାଥମିକ ସ୍କୁଲର ଭିତ୍ତିଭୂମି

ହରଭଙ୍ଗା : ରାଜ୍ୟ ସରକାରଙ୍କ ୫ଟି ରୂପାନ୍ତରିତ ଯୋଜନା କାର୍ଯ୍ୟକାରୀ ପରେ ଶିକ୍ଷା କ୍ଷେତ୍ରରେ ଆଗକୁ ଏକ ବୈପ୍ଲବିକ ପରିବର୍ତନ ଆସିବ ବୋଲି ଅନୁମାନ କରାଯାଉଛି। ପ୍ରାଥମିକ ଶିକ୍ଷାକୁ ୫ଟିରେ ଏପର୍ଯ୍ୟନ୍ତ ସାମିଲ କରାଯାଇନାହିଁ। ଯାହାଫଳରେ ବହୁପୁରାତନ ପ୍ରାଥମିକ ସ୍କୁଲ ଗୁଡିକର ରୂପରେଖ ବଦଳି ପାରୁନି। ଫଳରେ ଅସଜଡା ଭିତ୍ତିଭୂମିରେ ୧୫୦ବର୍ଷରୁ ଉଦ୍ଧ୍ୱର୍ ଶିକ୍ଷାନୁଷ୍ଠାନ ଗୁଡିକରେ ଯଥା ପୂର୍ବ ତଥା ପରଂ ସ୍ଥିତିରେ ପାଠପଢା ଚାଲିଥିବା ଦେଖିବାକୁ ମିଳିଛି। ଏଭଳି ଏକ ଚିତ୍ର ବୌଦ୍ଧଜିଲ୍ଲାର ହରଭଙ୍ଗାରେ ଥିବା ୧୫୩ବର୍ଷ ପୂରୁଣା ପ୍ରାଥମିକ ସ୍କୁଲରେ ଦେଖିବାକୁ ମିଳିଛି।
ପ୍ରକାଶ ଯେ ୧୮୬୯ ମସିହାରେ ହରଭଙ୍ଗାରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ଏହି ଶିକ୍ଷାନୁଷ୍ଠାନକୁ ଅଦ୍ୟାବିଧି ୫୩ବର୍ଷ ପୂର୍ତୀ ହେବାକୁ ଯାଉଛି। ବର୍ତମାନ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୪୯ଜଣ ଛାତ୍ରଛାତ୍ରୀ ପାଠପଢୁଛନ୍ତି।ଏମାନଙ୍କ ଶିକ୍ଷାଦାନ ପାଇଁ ୫ଜଣ ଶିକ୍ଷକ ନିୟୋଜିତ ଅଛନ୍ତି। ସ୍କୁଲ ପ୍ରାରମ୍ଭରୁ ଥିବା ପୁରୁଣା ଟିଣ ଛପରଘରେ ଏବେ ମଧ୍ୟ  ଶିକ୍ଷାଦାନ ଚାଲିଛି। ଟିଣ ଛପର କଳଙ୍କି ଲାଗି ନିଜର ସତା ହରାଇଥିବା ବେଳେ ବର୍ଷା ହେଲେ ପାଣି ଗଳୁଥିବାରୁ ଶିକ୍ଷାଦାନରେ ବାଧାପ୍ରାପ୍ତ ହେବା ସାଙ୍ଗକୁ ପିଲାଙ୍କୁ ବସିବା କଷ୍ଟକର ହୋଇପଡୁଛି। ଏହା ସହିତ ହାତଗଣତି ତିନୋଟି ଛାତ ଶ୍ରେଣୀଗୃହ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବାରୁ ସେଠାରେ ମଧ୍ୟ ବର୍ଷାହେଲେ ସମାନ ଅସୁବିଧା ଉପୁଜୁଛି। ଏହା ସହିତ ସ୍କୁଲ ପଛ ପାଖରେ ପାଚେରୀ ନଥିବାରୁ ଏହା ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ପିଲାଙ୍କ ପାଇଁ ଶୌଚାଳୟ,ପିଇବା ପାଣିର ବ୍ୟବସ୍ଥା ସୁଦ୍ଧା ନାହିଁ। ଏହା ସହିତ ପିଲାଙ୍କ ପାଇଁ ଖେଳପଡିଆ ମଧ୍ୟ ନଥିବା ଜଣାପଡିଛି। ସ୍କୁଲ ପଛପାଶ୍ୱର୍ରେ ଥିବା ଦୁଇଟି ପୁରୁଣା ଅଙ୍ଗନୱାଡୀ କେନ୍ଦ୍ର ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହା କେତେବେଳେ ଖେଳକୁଦ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କାଳ ସାଜିବାର ଯଥେଷ୍ଟ ଆଶଙ୍କା ରହିଛି। ଅନ୍ୟପଟେ ସ୍କୁଲ ପାଚେରୀକୁ ଲାଗି ଅନେକଗୁଡିଏ ଦୋକାନବଜାର ରହିଥିବାରୁ ସ୍କୁଲର ଶୈକ୍ଷିକ ବାତାବରଣ ଉପରେ ଏହାର କୁପ୍ରଭାବ ମଧ୍ୟ ପଡୁଛି। ଏ ଦିଗରେ ଜିଲ୍ଲାପାଳ ନିଜେ କ୍ଷେତ୍ରପରିଦର୍ଶନ କରି ଏହାର ସ୍ଥାୟୀ ସମାଧାନ ଦିଗରେ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ ସ୍କୁଲ କମିଟି ସଭାପତି ଜ୍ୟୋର୍ତୀମୟ ଦାସ,ସଞ୍ଜିତ କୁମାର ସାହୁ, ୱାର୍ଡସଭ୍ୟ ଗୋଲାପି ନାୟକ ପ୍ରମୁଖ ଦାବି କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories