www.samajalive.in
Saturday, December 6, 2025
14.1 C
Bhubaneswar

ଗ୍ୟାସ୍‌ ବିସ୍ଫୋରଣରେ ଥରିଲା ଗୋଡଭଗା ଅଞ୍ଚଳ; ଜଣେ ଗୁରୁତର

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ଫାଣ୍ଡି ସାମ୍ନାରେ ଥିବା କମ୍ପ୍ଲେକ୍ସରେ ରହିଛି କେନ୍ଦ୍ର ସରକାରଙ୍କ ଏକ ଭାରତ ଗ୍ୟାସ୍‌ ଶାଖା ଦୋକାନ। ଯେଉଁଠାରେ ସୋମବାର ରାତି ୧୧ଟା ୨୫ ମିନିଟ ସମୟରେ ଗ୍ୟାସ୍ ଟାଙ୍କି ଫାଟି ବିସ୍ଫୋରଣ ଘଟି ତିନୋଟି ଦୋକାନ ସମ୍ପୂର୍ଣ୍ଣ ଚୁରମାର୍ ହୋଇଥିବା ବେଳେ ଅଞ୍ଚଳରେ ଭୟର ଆତଙ୍କ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଗ୍ୟାସ୍ ଦୋକାନ କର୍ମଚାରୀ ଈଶ୍ୱର ଖଣ୍ଡା ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୋଡଭଗା ପୁଲିସ ଗୁରୁତର ବ୍ୟକ୍ତିଙ୍କୁ ବୁର୍ଲା ଡାକ୍ତରଖାନା ପଠାଇ ଅତାବିରା ଅଗ୍ନିଶମ ବିଭାଗକୁ ଖବର ଦେଇ ଥିଲେ। ଏନେଇ ବିଭାଗୀୟ ଅତାବିରା କେନ୍ଦ୍ର ଅଧିକାରୀ ମିଶ୍ର କିଶାନ ସଦଳବଳେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ କରିଛନ୍ତି। ଏଥିସହ ସେଠାରେ ଥିବା ଗ୍ୟାସ୍ ଟାଙ୍କିଗୁଡ଼ିକୁ ଥଣ୍ଡା କରିବା ପାଇଁ ପାଣି ସିଞ୍ଚନ କରି ସତର୍କତା ସହ ଗୋଟିଏ ଗୋଟିଏ ଭର୍ତି ହୋଇଥିବା ୨୦କେଜିଆ ୪ଟି, ୧୪କେଜିଆ ୬ଟି, ୫କେଜିଆ ୩ଟି ଓ ଖାଲିଥିବା ୧୪କେଜିଆ ୨୪ଟି, ୫କେଜିଆ ୨ଟି ସିଲିଣ୍ଡରକୁ ବାହାର୍ କରିଥିବା ଜଣାପଡିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଚାରି ପଟେ ଦୋକାନ, ବଜାର, ଘର ଦ୍ବାର ତଥା ଜନ ଗହଳି ଭିତରେ ତାହା ପୁଣି ଗୋଡଭଗା ଫାଣ୍ଡି ସମ୍ମୁଖ ଦୋକାନରେ ଭର୍ତ୍ତି ଟାଙ୍କି ରଖିବା ପାଇଁ କେମିତି ଭାବରେ ନିର୍ଦ୍ଦେଶ ଦିଆଯାଇଥିଲା ? ଏମିତି ଆକସ୍ମିକ ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ ବୋଲି ସାଧାରଣତଃ ଏହି ଦୋକାନ ଜନ ଗହଳିରୁ ଦୂରରେ ତଥା ଆଖପାଖ ଖୋଲାଥିବା ସ୍ଥାନରେ କରିବାକୁ ନିର୍ଦ୍ଦେଶ ରହିଛି ।ମାତ୍ର ଏମିତି କମ୍ପ୍ଲେକ୍ସ ଭିତରେ ଗ୍ୟାସ ବିକ୍ରି ସାଧାରଣରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ସେହିପରି ଅତାବିରା ତଥା ଗୋଡଭଗା ଅଞ୍ଚଳର ଗାଁ ଗଣ୍ଡା ଓ ସହର ମଝିରେ ବିଭିନ୍ନ ସ୍ଥାନରେ ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳା ତଥା କିଛିଟା ସ୍ବାର୍ଥ ଲାଳସା ଯୋଗୁଁ ଏହିଭଳି ରାସାୟନିକ ପଦାର୍ଥଗୁଡ଼ିକ ବେନିୟମ କାରବାର ବୃଦ୍ଧି ପାଇବା ସହ କେତେବେଳେ ଯେ କେଉଁ ଅଘଟଣ ନଘଟିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଦେଖାଯାଉ ଏହି ବିସ୍ଫୋରଣ ଘଟଣାକୁ କେନ୍ଦ୍ର କରି ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନର କି ପଦକ୍ଷେପ ରହୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories