www.samajalive.in
Saturday, December 6, 2025
16.1 C
Bhubaneswar

ଏକ ସପ୍ତାହ ଖାଆନ୍ତୁ ୩ଟି ଲେଖାଏଁ ଖଜୁରୀ ; ସ୍ୱାସ୍ଥ୍ୟ ପାଇଁ ବରଦାନ

ଖଜୁରୀ ସେହି ଶୁଖିଲା ଫଳ ମଧ୍ୟରୁ ଗୋଟିଏ ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଖଜୁରୀକୁ ପୁରାତନ ସମୟରେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କିମ୍ବା ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିଲା। ଖଜୁରୀରେ ଅନେକ ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ଯାହା ଏହାର ଔଷଧୀୟ ଗୁଣକୁ ବୃଦ୍ଧି କରିବାରେ ବେଶ ସହାୟକ ହୋଇଥାଏ। ମାତ୍ର ଜାଣନ୍ତୁ କେତେ ପରିମାଣରେ ଏହାର ସେବନ କରିବା ଦ୍ୱାରା ହିଁ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ..
ଅଧ୍ୟୟନ ଅନୁଯାୟୀ, ଖଜୁରୀରେ ସେଲେନିୟମ ସହିତ ୧୫ ଖଣିଜ ରହିଛି। ଯାହା କର୍କଟ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା କମ କରିଥାଏ। ଏହାସହ ସ୍ୱାସ୍ଥ୍ୟ ଅନେକ ସମସ୍ୟାକୁ ଦୂର କରିଥାଏ। ତେବେ ଏହାର ଉପକାରୀ ଗୁଣ ପାଇବାକୁ ଦିନକୁ ମାତ୍ର ୩ଟି ଖଜୁରୀ ଖାଆନ୍ତୁ। ଏହାକୁ ପ୍ରାୟ ଲଗାତାର ଏକ ସପ୍ତାହ ଯାଏଁ ସେବନ କରନ୍ତୁ। ଜାଣନ୍ତୁ..
ଏପରି ଖଜୁରୀ ସେବନ କରିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଥିବା ସହ କୋଲେଷ୍ଟେରୋଲ୍‍ ଦୂର କରିଥାଏ। ଯାହା ହୃଦୟ ଜନିତ ସମସ୍ୟାକୁ ଦୂର କରିବାରେ ବେଶ ସହାୟକ ହୋଇଥାଏ।
ଖଜୁରୀରେ ମେଗ୍ନେସିୟମ, ସେଲେନିୟମ, ମାଙ୍ଗାନିଜ୍‍ ଆଦି ରହିଥିବାରୁ ଏହା ହାଡକୁ ମଜଭୂତ କରିବା ସହ ସୁସ୍ଥ ରଖିଥାଏ। ହାଡ ଜନିତ ଅନେକ ସମସ୍ୟାକୁ ଦୂର କରିଥାଏ। ଏହାସହ ଏଥିରେ ଭିଟାମିନ୍‍ -କେ ଭରପୁର ମାତ୍ରାରେ ରହିଛି। ରକ୍ତକୁ ପରିଷ୍କାର କରିବା ସହ ହାଡ ପାଇଁ ବେଶ ଉପକାରୀ ହୋଇଥାଏ।
ଖଜୁରୀକୁ ନିୟମିତ ଭାବେ ସେବନ କଲେ ମସ୍ତିଷ୍କକୁ ଶାନ୍ତ ରଖିବା ସହ ଦୁଶ୍ଚିନ୍ତା ଦୂର କରିଥାଏ। ସ୍ମରଣ ଶକ୍ତି ବୃଦ୍ଧି କରିଥାଏ। ମସ୍ତିଷ୍କକୁ ସୁସ୍ଥ ରଖିଥାଏ।
ଖଜୁରୀରେ ଥିବା ପୋଷକ ତତ୍ତ୍ୱ ଓ ଫାଇବର ପେଟରେ ଉତ୍ତମ ବ୍ୟାକ୍ଟେରିଆ ବୃଦ୍ଧି କରିଥାଏ। ପେଟ ଜନିତ ଅନେକ ସମସ୍ୟାକୁ ଦୂର କରିଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
ଖଜୁରୀରେ ଥିବା ପ୍ରୋଟିନ, ଆଇରନ ଓ ଅନ୍ୟ ଭିଟାମିନ ମାଂସପେଶୀକୁ ମଜଭୂତ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହାସହ ଆପଣଙ୍କୁ ନିରୋଗୀ ରଖିବା ସହ ଥକ୍କାପଣ ମଧ୍ୟ ଦୂର କରିଥାଏ।

 

- Advertisement -

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories