ପୁଅକୁ ହତ୍ୟା ପରେ ଆତ୍ମହତ୍ୟା କଲା ବାପା !
ନୂଆପଡ଼ା: ପୁଅକୁ ହତ୍ୟା ପରେ ବାପା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାରିବାରିକ ବିବାଦକୁ ନେଇ ପୁଅକୁ ହତ୍ୟା କରିବା ପରେ ବାପା ଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏପରି ଏକ ଅଭାବନୀୟ ଘଟଣା ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଫୋକଟପଡ଼ାରେ ଘଟିଥିବା ବେଳେ ସୂଚନା ମୁତାବକ ୧୪ ବର୍ଷ ତଳେ ପୁଅ ଅନ୍ୟ ଜାତିର ଝିଅକୁ ବିବାହ କରିଥିଲା । ସେହି ବିବାହକୁ ନେଇ ପରିବାରରେ ଅସନ୍ତୋଷ ଲାଗି ରହୁଥିଲା । ଏହି ବିବାଦକୁ ନେଇ ବଚସା ହେବା ପରେ ରାଗିଯାଇ ବାପା ଜଣକ ପୁଅକୁ ହାଣି ହତ୍ୟା କରିଥିବା କୁହାଯାଉଛି । ପରେ ପୁଅର ମୃତ୍ୟୁକୁ ନେଇ ଘରେ କାନ୍ଦ ବୋବାଳି ହେବାରୁ ଅଭିଯୁକ୍ତ ବାପା ଜଣକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।
Comments are closed.