ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମନ୍ୱିତ ରୋଗ ସର୍ବେକ୍ଷଣ ପ୍ରସ୍ତୁତି ବୈଠକ
ଗୁରୁଡିଝାଟିଆ : ବର୍ଷାଦିନେ ମ୍ୟାଲେରିଆ, ଡାଇରିଆ, ଡେଙ୍ଗୁ ଆଦି ରୋଗରୁ ଦୂରେଇ ରହିବା ପାଇଁ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଗୁରୁବାର ସମନ୍ୱିତ ରୋଗ ସର୍ବେକ୍ଷଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ ବୈଠକରେ ଅଧ୍ୟକ୍ଷତା କରି ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା, ବୁଷ୍ଟର ଓ କୋଭିଡକୁ ଚିହ୍ନଟ କରିବା ପାଇଁ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଆଶା ଓ ଅଙ୍ଗନୱାଡି କର୍ମୀମାନେ ସଠିକ୍ ରୂପେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଜୁନ ୨୧ ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ସପ୍ତାହର ସୋମବାର, ଗୁରୁବାର ଓ ରବିବାର ବିଭିନ୍ନ ଗାଁ ବିଦ୍ୟାଳୟଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଓ ରୋଗ ଚିହ୍ନଟ କାର୍ଯ୍ୟକ୍ରମ ଆଦି କରାଯିବ ବୋଲି କହିଥିଲେ । ଡାକ୍ତର ଶୁଭମ ମହାନ୍ତି, ଡାକ୍ତର ଅଶ୍ୱିନୀ କୁମାର ମୁନି, ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ, କାର୍ଯ୍ୟକ୍ରମ ଅଧିକାରୀ ଅପନ୍ନା ମହାପାତ୍ର, ତନୁରେଖା ନାୟକ, ବରିଷ୍ଠ ଫାର୍ମାସିଷ୍ଟ ଦେବୀ ପ୍ରସନ୍ନ ନନ୍ଦ, ରଶ୍ମୀ ରଞ୍ଜନ ଜେନାଙ୍କ ସହିତ ସମସ୍ତ ମହିଳା ପୁରୁଷ ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ ,ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀମାନେ ଉପସ୍ଥିତ ଥିଲେ।
Comments are closed.