www.samajalive.in
Monday, December 15, 2025
24.1 C
Bhubaneswar

ଶିକ୍ଷାକ୍ଷେତ୍ରରେ କେନ୍ଦୁଝର ଜିଲ୍ଲାକୁ ଅଗ୍ରଣୀ ଜିଲ୍ଲାରେ ପରିଣତ କରାଯିବ : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କେନ୍ଦୁଝର ଜିଲ୍ଲା ପରିଦର୍ଶନରେ ଯାଇ ଡି.ଏନ୍‌. ହାଇସ୍କୁଲର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଉଥିବା ଜିଲା ପ୍ରଧାନ ଶିକ୍ଷକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଶିକ୍ଷାକ୍ଷେତ୍ରରେ କେନ୍ଦୁଝର ଜିଲାକୁ ଅଗ୍ରଣୀ ଜିଲାରେ ପରିଣତ କରାଯିବ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ୫-‘ଟି’ ହାଇସ୍କୁଲଗୁଡ଼ିକର ରୂପାନ୍ତରୀକରଣ, ମଧ୍ୟାହ୍ନ ଭୋଜନ, ବୃତ୍ତିଯୋଜନା, ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର କାର୍ଯ୍ୟକ୍ଷମ, ମାଗଣା ପୁସ୍ତକ ଯୋଗାଣ ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେଉଛନ୍ତି। ଏହା ଦ୍ୱାରା ରାଜ୍ୟରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିବ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଅବସରରେ ଜିଲାପାଳ ଆଶିଷ ଥାକ୍ରେ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଜିଲାରେ ଶିକ୍ଷା କାର୍ଯ୍ୟକ୍ରମ ବାବଦରେ ଅବଗତ କରାଇଥିଲେ।
ମନ୍ତ୍ରୀ ଶ୍ରୀ ଦାଶ କେନ୍ଦୁଝର ଜିଲାର ଲକ୍ଷ୍ମୀନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ରାମଚନ୍ଦ୍ରପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଗସ୍ତ କରି ସ୍କୁଲରେ ପାଠପଢ଼ା ଓ ବିଦ୍ୟାଳୟର ଆନୁଷଙ୍ଗିକ ଭିତ୍ତିଭୂମି ସଂପର୍କରେ ପଚାରି ବୁଝିଥିଲେ। ମନ୍ତ୍ରୀ ଶ୍ରୀ ଦାଶ ଛାତ୍ରଛାତ୍ରୀ ପରବି ହନ କରୁଥିବା ସ୍କୁଲ ବସକୁ ଯାଞ୍ଚ ମଧ୍ୟ କରିଥିଲେ । ଏହି ସମୀକ୍ଷା ବୈଠକରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଚମ୍ପୁଆର ବିଧାୟିକା ମିନାକ୍ଷୀ ମହନ୍ତ, ପାଟଣା ବିଧାୟକ ଜଗନ୍ନାଥ ନାୟକ, ଆନନ୍ଦପୁର ବିଧାୟକ ଭାଗିରଥି ସେଠି, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ ସମେତ ଜିଲାର ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories