www.samajalive.in
Monday, December 15, 2025
15.1 C
Bhubaneswar

ଦ୍ରୌପଦୀ ମୁର୍ମୁଙ୍କ ବ୍ୟତୀତ ରାଷ୍ଟ୍ରପତି ପଦ ପାଇଁ କିଏ ଥିଲେ ବିଜେପିର ଅନ୍ୟତମ ପ୍ରମୁଖ ପ୍ରତିଯୋଗୀ?

ଡେସ୍କ: ବିରୋଧୀ ମେଣ୍ଟ ପକ୍ଷରୁ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବାର କିଛି ସମୟ ପରେ ଭାରତୀୟ ଜନତା ପାର୍ଟି ଏହି ପଦ ପାଇଁ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥିଲା। ଦ୍ରୌପଦୀ ମୁର୍ମୁ ପ୍ରଥମ ଅନୁସୂଚିତ ଜନଜାତି ମହିଳା ଭାବରେ ଭାରତର ରାଷ୍ଟ୍ରପତି ପଦ ପାଇଁ ମନୋନୀତ ହୋଇଥିବା ବେଳେ ଯଶବନ୍ତ ସିହ୍ନା, ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ବର୍ତ୍ତମାନ ସେ ଶାସକ ବିଜେପିର ଜଣେ ସମାଲୋଚକ ଅଟନ୍ତି।

ଗତ ମଙ୍ଗଳବାର ରାତିରେ ବିଜେପି ସଭାପତି ଜେ.ପି. ନଡ୍ଡା ମୁର୍ମୁଙ୍କ ନାଁ ଘୋଷଣା କରି କହିଛନ୍ତି ଯେ ଦଳର ସଂସଦୀୟ କମିଟି ମଧ୍ୟରେ ବହୁ ବିଚାର ବିମର୍ଶ ପରେ ମୋଟ ୨୦ ଜଣଙ୍କ ମଧ୍ୟରୁ ମନୋନୀତ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ। ତେବେ ଅନ୍ୟ ୧୯ ଜଣ ପ୍ରତିଯୋଗୀ କିଏ ଏବଂ ମୁର୍ମୁ କାହିଁକି ସବୁଠାରୁ ଲୋକପ୍ରିୟ ପସନ୍ଦ ଭାବରେ ଉଭା ହେଲେ?

- Advertisement -

ସୂଚନା ଅନୁଯାୟୀ, ବିଜେପି ଦ୍ରୌପଦୀ ମୁର୍ମୁଙ୍କ ବ୍ୟତୀତ ବର୍ତ୍ତମାନର ଉପ-ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ, ଛତିଶଗଡର ରାଜ୍ୟପାଳ ଅନୁସୁୟା ଉଇକି, ହରିୟାଣାର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ ଏବଂ ତେଲେଙ୍ଗାନାର ରାଜ୍ୟପାଳ ତଥା ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ତାମିଲିସାଇ ସୁନ୍ଦରରାଜନଙ୍କୁ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ବିଚାରକୁ ନେଇଥିଲା।

ଦଳୀୟ ସୂତ୍ରରୁ ଜଣାପଡିଛି ଯେ, ଯେହେତୁ ଦେଶରେ ତାମିଲ ମୁସଲିମ ଅବଦୁଲ କଲାମ ରାଷ୍ଟ୍ରପତି ରହିଛନ୍ତି, ମହିଳା ରାଷ୍ଟ୍ରପତି ଭାବେ ପ୍ରତୀଭା ପାଟିଲ ଏବଂ ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଅନୁସୂଚିତ ଜାତି ବର୍ଗର ଅଟନ୍ତି ତେଣୁ ଜଣେ ଅନୁସୂଚିତ ଜନଜାତି ମହିଳା ପ୍ରାର୍ଥୀ ଚୟନ କରିବା ବିଜେପି ପାଇଁ ଆଦର୍ଶ ପଦକ୍ଷେପ ହେବ। ଯେହେତୁ ଭାରତରେ ଜଣେ ବୈଜ୍ଞାନିକ, ମହିଳା ଏବଂ ଅନୁସୂଚିତ ଜାତି ବର୍ଗର ସଦସ୍ୟ ରାଷ୍ଟ୍ରପତି ରହିପାରିବେ, ସେତେବେଳେ ଜଣେ ଅନୁସୂଚିତ ଜନଜାତି ମହିଳା ପ୍ରାର୍ଥୀ ପରବର୍ତ୍ତୀ ସର୍ବୋତ୍ତମ ପସନ୍ଦ ହେବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories