www.samajalive.in
Sunday, December 14, 2025
16.1 C
Bhubaneswar

କ୍ରସରରୁ ଚୋରି ମାମଲା: ଅଟୋ ସହ ଚୋରି ସାମଗ୍ରୀ ଜବତ, ୭ ଗିରଫ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ବନ୍ଧାଗୁଡା ନିକଟରେ ରହିଥିବା ଏକ କ୍ରସରରୁ ବିଭିନ୍ନ ଲୌହ ସାମଗ୍ରୀ ଚୋରି ହୋଇଥିବା ନେଇ କ୍ରସର ମାଲିକ ପ୍ରଶାନ୍ତ ମଲ୍ଲିକ କିଛି ଦିନ ତଳେ ମୋହନା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ୧୯ତାରିଖରେ ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି ଗୁରୁବାର ଘଟଣାରେ ସଂପୃକ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ଚୋରି ହୋଇଥିବା ସାମଗ୍ରୀ ମଧ୍ୟରୁ ଦୁଇଟି ବ୍ୟାଟେରୀ, ୧୧ଟି ଲୁହା ପ୍ଲେଟ ସହ ଚୋରି ସାମଗ୍ରୀ ପରିବହନରେ ବ୍ୟବହୃତ ହୋଇଥିବା ଏକ ଅଟୋକୁ ମଧ୍ୟ ଜବତ କରିଛି । ଚୋରୀ ଘଟଣାରେ ସଂପୃକ୍ତ ୨ କବାଡି ମାଲିକ ହେଲେ ଅଡବା ଥାନା ଅଞ୍ଚଳର ନିରଞ୍ଜନ ବେହେରା ଓ ମୋହନା ଗ୍ରାମର ନାରାୟଣ ଦାଶ। ଏମାନଙ୍କ ବ୍ୟତୀତ ଆଉ ୫ ଜଣଙ୍କୁ ଗିରଫ କରିଛି ମୋହନା ପୁଲିସ । ଗିରଫ ଅନ୍ୟ ୫ ଜଣ ଅଭିଯୁକ୍ତମାନେ ହେଲେ ମୋହନା ଥାନା ପି. ବନ୍ଧାଗୁଡା ଗାଁର ଅଜିତ ନାୟକ, ସେବାସ୍ତିଆନ ନାୟକ, ସୁନିଲ ନାୟକ, ସାଇମନ ନାୟକ, ଅଭିନାସ ନାୟକ । ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉକି , ଗତ ୧୯ ତାରିଖରେ ବନ୍ଧାଗୁଡା ନିକଟରେ ଥିବା ସାନଖଣି ଗାଁର ପ୍ରଶାନ୍ତ ମଲ୍ଲିକଙ୍କ କ୍ରସର(ପଥର କୁଆଁରୀ)ରୁ ୧୧ ଗୋଟି କ୍ରସର ପ୍ଲେଟ, ୨ଟି ବ୍ୟାଟେରୀ ଚୋରି ଅଭିଯୋଗ ହୋଇଥିଲା। ଦିନକୁ ଦିନ ମୋହନା ଅଞ୍ଚଳରେ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ତେଣୁ ପୁଲିସ ପାଟ୍ରୋଲିଂକୁ କଡାକଡି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories