www.samajalive.in
Friday, December 12, 2025
15.1 C
Bhubaneswar

ଅତୀତର ସ୍ମୃତି ସହ ଲଢୁଛନ୍ତି ରାଜକୁମାର

ମୁମ୍ବଇ: ନିଜର ଉତ୍କୃଷ୍ଟ ଅଭିନୟ ପାଇଁ ଲୋକପ୍ରିୟ ଅଭିନେତା ରାଜକୁମାର ରାଓ ଖୁବଶୀଘ୍ର ତାଙ୍କ କ୍ରାଇମ୍‌ ଥ୍ରୀଲର ଫିଲ୍ମ ‘ହିଟ୍‌ ଦି ଫାର୍ଷ୍ଟ କେସ’ରେ ନଜର ଆସିବେ। ଟିଜର ପରେ ନିର୍ମାତା ଏବେ ଚଳଚ୍ଚିତ୍ରର ଦମ୍‌ଦାର ଟ୍ରେଲର ରିଲିଜ୍‌ କରିଛନ୍ତି। ଏଥିରେ ରାଜକୁମାରଙ୍କ ସହ ଅଭିନେତ୍ରୀ ସାନ୍ୟା ମାଲହୋତ୍ରାଙ୍କୁ ଦେଖିବାକୁ ମିଳିବ। ଟିଜର ରିଲିଜ୍ ହେବା ପରଠାରୁ ଦର୍ଶକମାନେ ଏହି ଚଳଚ୍ଚିତ୍ରକୁ ଆଗ୍ରହ ସହକାରେ ଅପେକ୍ଷା କରି ରହିଥିଲେ। ଏଭଳି ପରିସ୍ଥିତିରେ ଦର୍ଶକଙ୍କ ଏହି କୌତୁହଳକୁ ସାମାନ୍ୟ କମାଇ ନିର୍ମାତା ଏହାର ଟ୍ରେଲର ଲଞ୍ଚ କରିଛନ୍ତି।

ଟ୍ରେଲରରେ ରାଜକୁମାର ରାଓଙ୍କୁ ପୁଲିସ ଭୂମିକାରେ ଦେଖିବାକୁ ମିଳିଛି। ଏଥିସହ ସେ ଏକ ନିଖୋଜ ମାମଲାର ତଦନ୍ତ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ସମୟରେ ଅଭିନେତା ତାଙ୍କ ଅତୀତର ସ୍ମୃତି ସହ ଲଢେଇ କରୁଛନ୍ତି। ଅପରପକ୍ଷେ ସାନ୍ୟା ମଲହୋତ୍ରା ତାଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ସାନୁ କୁମାର ଏବଂ ରୋହନ ସିଂହଙ୍କ ଭଳି ନୂଆ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରଟି ସମାନ ନାମର ତେଲୁଗୁ ଚଳଚ୍ଚିତ୍ରର ଏକ ହିନ୍ଦୀ ରିମେକ୍।

- Advertisement -

ତେଲୁଗୁ ଫିଲ୍ମର ନିର୍ଦେଶନା ଦେଇଥିବା ଡ. ଶୈଳେଶ କୋଲାନୁ ଚଳଚ୍ଚିତ୍ରର ହିନ୍ଦୀ ରିମେକ୍‌ରେ ମଧ୍ୟ ନିର୍ଦେଶନା ଦେଇଛନ୍ତି। ଏଥିରେ ରାଜକୁମାର ଓ ସାନ୍ୟାଙ୍କ ବ୍ୟତୀତ ଦଲିପ ତାହିଲ, ମିଲିନ୍ଦ ଗୁନାଜୀ, ଶିଳ୍ପା ଶୁକ୍ଲା ଓ ସଞ୍ଜୟ ନରୱେକର ଅଭିନୟ କରିଛନ୍ତି। ଜୁଲାଇ ୧୫ ତାରିଖ​‌ରେ ପରଦାକୁ ଆସିବ ‘ହିଟ୍‌ ଦି ଫାର୍ଷ୍ଟ କେସ’।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories