www.samajalive.in
Sunday, December 7, 2025
26.1 C
Bhubaneswar

ପଦାକୁ ଆସୁଛି ପୌରପରିଷଦର କଳା କାରନାମା; ଲୁଚାଇବାକୁ ଚାଲିଛି ତୁଷ୍ଟିକରଣ

ଦେବଗଡ଼଼: ଦେବଗଡ଼ ପୌର ପରିଷଦରେ ଗତ କିଛିଦିନ ହେଲା ବିଭାଗୀୟ ଅଡିଟ ଚାଲିଥିବା ବେଳେ ବ୍ୟାପକ ଦୁର୍ନୀତି ଓ ଆର୍ଥିକ ଅନିୟମିତତା ହୋଇଥିବା ସ୍ପଷ୍ଟ ଭାବେ ଜଣାପଡ଼ିଛି। ପ୍ରାଥମିକ ପର୍ଯ୍ୟାୟରେ କଥା ବାହାରକୁ ଆସିଛି। ସେହିପରି ପ୍ରାୟ ୬୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ହିସାବ ମିଳୁନଥିବା ଏବଂ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରାପ୍ୟ ବାବଦ ୧୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହଡପ ହୋଇଥିବା ଜଣାପଡ଼ିଛି। ଅବସରପ୍ରାପ୍ତ କର୍ମଚାରୀଙ୍କ ଟଙ୍କା ହଡପ ନେଇ ପୌର ପରିଷଦ ନିର୍ବାହୀ ଅଧିକାରୀ ଅତସୀ ପରିଡ଼ା ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି।

ଅନ୍ୟପକ୍ଷରେ ଅବସରପ୍ରାପ୍ତ କର୍ମଚାରୀ ଜଗବନ୍ଧୁ ମୁଣ୍ଡା ତାଙ୍କର ପ୍ରାପ୍ୟ ହଡପ ଘଟଣାରେ ନିର୍ବାହୀ ଅଧିକାରୀ ଅତସୀ ପରିଡ଼ା, ତତ୍କାଳୀନ ପୌର ପ୍ରଶାସକ ତଥା ଜିଲାପାଳ ସୁଧାଂଶୁ ମୋହନ ସାମଲ ଓ ମୁଖ୍ୟ କିରାଣୀ ଅଶ୍ୱିନୀ ବେହେରାଙ୍କ ସମେତ ଆହୁରି ଏକାଧିକଙ୍କ ସମ୍ପୃକ୍ତି ଥିବା ଦର୍ଶାଇ ସେମାନଙ୍କ ବିରୁଦ୍ଧରେ ଦେବଗଡ଼ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ପୁଲିସ ପକ୍ଷରୁ ବର୍ତମାନ ପର୍ଯ୍ୟନ୍ତ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏଣେ ବର୍ତମାନ ମଧ୍ୟ ଅଡିଟ ଚାଲିଥିବାରୁ ଗୋଟିଏ ପରେ ଗୋଟିଏ ଦୁର୍ନୀତି ଓ ଆର୍ଥିକ ଅନିୟମିତତା ଘଟଣା ପଦାକୁ ଅସୁଥିବା ଜଣାପଡ଼ିଛି। ମାତ୍ର ଅଡିଟକୁ ବାଟବଣା କରିବା ପାଇଁ ପୌର ପରିଷଦ କର୍ତ୍ତୃପକ୍ଷଙ୍କ ଦ୍ୱାରା ଉଦ୍ୟମ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଅଡିଟରମାନଙ୍କ ତୁଷ୍ଟିକରଣ ନିମନ୍ତେ ସେମାନେ ରହୁଥିବା ପୌର ପରିଷଦ ଡାକବଙ୍ଗଳାରେ ଯୁଦ୍ଧ କାଳୀନ ଭିତ୍ତିରେ ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ର ଖଞ୍ଜା ଯାଇଛି। କେବଳ ଏତିକି ନୁହେଁ, ସେମାନଙ୍କ ପାଇଁ ରାଜକୀୟ ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ ପାଇଁ ଜଣେ ରୋଷେୟାଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଡାକବଙ୍ଗଳା ଓ କାର୍ଯ୍ୟାଳୟକୁ ଅଡିଟରମାନଙ୍କ ଯାତାୟତ ପାଇଁ ପୌର ପରିଷଦର ପୌର ନିର୍ବାହୀ ଅଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ କାର ମଧ୍ୟ ବ୍ୟବହାର କରାଯାଉଛି। ଫଳରେ ତୁଷ୍ଟିକରଣ ପୂର୍ବକ ଅଡିଟରମାନଙ୍କୁ ପ୍ରଭାବିତ କରି ଅଡିଟ ପ୍ରକ୍ରିୟାକୁ ବାଟବଣା ପାଇଁ ପୌର କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଥିବା ସାଧାରଣରେ ଆଲୋଚାନ ହେଉଛି। ଏଣୁ ଦେବଗଡ଼ ଜିଲାପାଳ ଏ ଘଟଣାରେ ହସ୍ତକ୍ଷେପ କରିବା ସହ ଅଡିଟ ପ୍ରକ୍ରିୟାରେ ନିରପେକ୍ଷତା ନେଇ ଯତ୍ନବାନ ହେବାକୁ ସାଧାରଣରେ ଦାବୀ ହେଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଖୋଦ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ଅଡର୍ଲୀ ପିଅନ ରମେଶ ଦଳବେହେରାଙ୍କ ବ୍ୟାଙ୍କ ଆକାଉଣ୍ଟ(ଏକ୍ସିସ ବ୍ୟାଙ୍କ)ରେ ୨୦୨୧ ମସିହା ଅଗଷ୍ଟ ୬ ତାରିଖରେ ୫୦ ହଜାର ଟଙ୍କା, ୨୦୨୧ ମସିହା ନଭେମ୍ବର ୧୭ ତାରିଖରେ ୫୦ ହଜାର ଟଙ୍କା ଏବଂ ୨୦୨୧ ମସିହା ଡିସେମ୍ବର ୭ ତାରିଖରେ ଏକଲକ୍ଷ ଟଙ୍କା ଅର୍ଥାତ ୩ଟି ପର୍ଯ୍ୟାୟରେ ମୋଟ ୨ ଲକ୍ଷ ଟଙ୍କା ଜମା କରାଯାଇଥିବା ବେଳେ ଏଥିମଧ୍ୟରୁ ଏକ ଲକ୍ଷ ଟଙ୍କା ବେଆଇନ ଭାବେ (ବିନା କାଗଜପତ୍ର ଓ ବିନା ଅନୁମୋଦନ କ୍ରମେ) ଜମା କରାଯାଇ ହଡପ ହୋଇଥିବା ଜଣାପଡ଼ିଛି।

- Advertisement -

ଅପରପକ୍ଷେ, ଟ୍ରାକ୍ଟର କିଣା ସମେତ ବିଭିନ୍ନ ସାମଗ୍ରୀ କ୍ରୟ ବିକ୍ରୟ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ସାଧାରଣରେ ଅଭିଯୋଗ ହେଉଛି। ଏ ସମ୍ପର୍କରେ ମତାମତ ନିମନ୍ତେ ଦେବଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ ଅତସୀ ପରିଡ଼ାଙ୍କ ମତାମତ ଲୋଡିବାକୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲା। ମାତ୍ର ଶ୍ରୀମତି ପରିଡ଼ା କଲ୍‍ ରିସିଭ କରୁନଥିବାରୁ ତାଙ୍କର ମତାମତ ମିଳିପାରିନାହିଁ।

 

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories