www.samajalive.in
Monday, December 15, 2025
16.1 C
Bhubaneswar

ଷଷ୍ଠ ଜିଲ୍ଲା ପରିଷଦର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ

ଯାଜପୁର: ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ତଥା ପ୍ରଗତି ମୂଳକ କାର୍ଯ୍ୟକ୍ରମ ଗୁଡିକୁ ଯାଜପୁର ଜିଲ୍ଲାରେ ପୂର୍ଣ୍ଣ ମାତ୍ରାରେ ପ୍ରତିପଂଳିତ କରିବା ଏବଂ ସମସ୍ତ ଯୋଜନା ଗୁଡିକର ସପଂଳ ରୂପାୟନ ଦିଗରେ ବିଭାଗ ଗୁଡିକ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନା କହିଛନ୍ତି। ବୁଧବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଆୟୋଜିତ ଷଷ୍ଠ ଜିଲ୍ଲା ପରିଷଦର ପ୍ରଥମ ସାଧାରଣ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀମତୀ ଜେନା ନବ ନିର୍ବାଚିତ ଜିଲ୍ଲା ପରିଷଦର ସଦସ୍ୟ ସଦସ୍ୟାମାନଙ୍କୁ ଜିଲ୍ଲାପାଳ ତଥା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ସରକାରଙ୍କ ଯୋଜନା ଗୁଡିକୁ ଲୋକ ମାନଙ୍କ ନିକଟରେ ପହଞ୍ଚାଇବାକୁ ନିବେଦନ କରିଥିଲେ।

ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ନବ ନିର୍ବାଚିତ ସଭ୍ୟମାନଙ୍କୁ ସ୍ୱାଗତ କରିବା ସହ ସମସ୍ତ ଯୋଜନା କିପରି ତୃଣମୂଳ ସ୍ତରରେ ପହଞ୍ଚିବ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ସହ ଉନ୍ନୟନ କାର୍ଯ୍ୟକୁ ଆଗେଇ ନେବାକୁ ପରାମର୍ଶ ଦେଇଥିଲେ। ନୂତନ ଭାବେ ନିର୍ବାଚିତ ସଦସ୍ୟ ମାନେ ନିଜ ନିଜ ଅଂଚଳ ବୁଲି ଲୋକ ମାନଙ୍କର ସମସ୍ୟା ସମାଧାନ କରିପାରିଲେ ଆମ ଜିଲ୍ଲା ରାଜ୍ୟରେ ୧ ନମ୍ୱର ଜିଲ୍ଲା ଭାବେ ପରିଗଣିତ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ଦୃଢୋକ୍ତି ପ୍ରକାଶ କରିଥିଲେ। ବୈଠକରେ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଂଜନ ଘଡାଇ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଅନେକ ସ୍ୱପ୍ନ ଓ ନୂତନ ଚିନ୍ତାଧାରାକୁ ନେଇ ନବ ନିର୍ବାଚିତ ସଦସ୍ୟ ମାନେ ନିଜ ନିଜ ଯୋଜନାରେ ଅନେକ ଲକ୍ଷ୍ୟ ଓ ଯୋଜନା ସ୍ଥିର କରିଚ୍ଥନ୍ତି। ଆମ ଜିଲ୍ଲାର କାର୍ଯ୍ୟକ୍ରମକୁ ସାରା ରାଜ୍ୟ ଦେଖୁଛି ଏଣୁ ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ଯୋଜନାଗୁଡିକ ପ୍ରଣୟନ ଦିଗରେ କାର୍ଯ୍ୟ କରନ୍ତୁ ବୋଲି କହିଛନ୍ତି।

- Advertisement -

ସରକାରଙ୍କର ସମସ୍ତ ଯୋଜନା ସମାଜର ଶେଷ ବର୍ଗର ଲୋକ ମାନଙ୍କ ପାଖରେ ପହଞ୍ଚୁ ବୋଲି ରାଜ୍ୟସଭା ସାଂସଦ ସୁଲତା ଦେଓ ତାଙ୍କ ବକ୍ତବ୍ୟରେ କହିଥିଲେ। ସେହିପରି ଲୋକସଭାର ସାଂସଦ ଶର୍ମିଷ୍ଠା ସେଠୀ କହିଲେ ଯେ, ଜନ ସେବା ପାଇଁ ଆମ ମାନଙ୍କୁ ଗୋଟିଏ ପ୍ଳାଟପଂର୍ମ ମିଳିଚ୍ଥି। ରାଜ୍ୟ ସରକାରଙ୍କ ୩୯ଟି ବିଭାଗର କାର୍ଯ୍ୟକ୍ରମକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ଜିଲ୍ଳା ପରିଷଦର ଜିଲ୍ଲାର ବିକାଶ ପାଇଁ ଦଳୀୟ ବିଚାରରୁ ଉଦ୍ଧ୍ୱର୍ରେ ରହି ନିଷ୍ଠାର ସହ ସମସ୍ତଙ୍କୁ ସେବା ଯୋଗାଇବାକୁ ବିଧାୟକ ଅଶୋକ ବଳ ପରିଷଦର ସଦସ୍ୟ ମାନଙ୍କୁ ଆହ୍ୱାନ ଦେଇଥିଲେ। ବିଧାୟିକା ସୁନନ୍ଦା ଦାସ ସଦସ୍ୟମାନଙ୍କୁ ସେମାନଙ୍କ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବା ସହ ଜନସାଧାରଣଙ୍କ ସୁଖ ଦୁଃଖରେ ଭାଗୀ ହେବାକୁ ପରାମର୍ଶ ଦେଇଥିଲେ। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ ସଭ୍ୟମାନଙ୍କୁ ସ୍ୱାଗତ କରିବା ସହ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ପରିଷଦର ସଭ୍ୟମାନଙ୍କୁ ନିବେଦନ କରିଥିଲେ।

ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ ସମସ୍ତଙ୍କୁ ସ୍ୱାଗତ କରିବା ସହ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀ ମାନଙ୍କୁ ଅଗ୍ରାଧିକାର ଦେବା ଏବଂ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ଡାକ୍ତର ଓ କର୍ମଚାରୀମାନଙ୍କ ସ୍ଥାୟୀ ନିଯୁକ୍ତି ଉପରେ ପ୍ରସ୍ତାବ ଆଗତ କରିଥିଲେ। ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ବୈଠକର କାର୍ଯ୍ୟସୂଚୀ ଉପରେ ପରିଷଦର ସଭ୍ୟମାନଙ୍କ ସହ ଆଲୋଚନା ପୂର୍ବକ ଜିଲ୍ଲାର ଊନ୍ନତି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories