www.samajalive.in
Monday, December 15, 2025
16.1 C
Bhubaneswar

ଆଲିଗଣ୍ଡାଠାରେ ଖ୍ରୀଷ୍ଟିଆନ ସମାଜର ଜୋନ ସ୍ତରୀୟ ବୈଠକ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଂଚାୟତରେ ବସବାସ କରୁଥିବା ଏକ ନିର୍ଦ୍ଦିଷ୍ଟ ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକେ ବିଭିନ୍ନ ସମୟରେ ସରକାରୀ ଯୋଜନାରୁ ବଞ୍ଚିତ ରହିଥିବା ଅଭିଯୋଗ କରିଛନ୍ତି। ଏପରିକି ସେମାନଙ୍କୁ ଚାକିରୀ କ୍ଷେତ୍ରରେ ହେଉ କିମ୍ୱା ପିଲାଙ୍କୁ ପାଠ ପଢିବାରେ ମଧ୍ୟ ସରକାର କୌଣସି ସୁବିଧା ଯୋଗାଇ ଦେଉ ନାହାନ୍ତି। ଯାହାଦ୍ୱାରା ଅନେକ ପିଲା ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି। ସରକାର ଅଧିବାସୀମାନଙ୍କୁ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି।

ସେହି ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକମାନଙ୍କୁ ମଧ୍ୟ ସରକାର ଗୁରୁତ୍ବ ଦେବା ଦରକାର ବୋଲି ମତବ୍ୟକ୍ତ କରିଛନ୍ତି। ଜମି ଚିହ୍ନଟ ହେଉ କିମ୍ବା ସରକାରୀ ଜମି ଦଖଲ ହେଉ ସବୁ କ୍ଷେତ୍ରରେ ସେମାନେ ଆଦିବାସୀମାନଙ୍କର ଶିକାର ହେଉଛନ୍ତି। ତେଣୁ ଆଦିବାସୀମାନଙ୍କ ପାଇଁ ଯେଭଳି ଏକ ଆଇନ ଲାଗୁ କରାଯାଇଛି ଏବଂ କୋଟା ଦିଆଯାଇଛି ସେହିଭଳି ଏକ ଆଇନ ଲାଗୁ କରିବା ପାଇଁ ପ୍ରଥମେ ଉତ୍କଳ ପାଣ ଖ୍ରୀଷ୍ଟିଆନ ସମାଜ ଦାବି କରିଛି। ଏହି ବୈଠକକୁ ପରିଚାଳନା କରିଥିଲେ ଯୁବ ସମାଜସେବୀ ପ୍ରେମା ନାୟକ, ସୁରେଶ କୁମାର, ସାଗର ବଳିଆର ସିଂ, ଉଦୟ ନାଥ ନାୟକ, ଯିରିମିୟ ନାୟକ । ଏହି ବୈଠକରେ ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ଭକ୍ତନାଥ ସଭାପତି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories