www.samajalive.in
Sunday, December 14, 2025
19.1 C
Bhubaneswar

ଶାନ୍ତି କମିଟି ବୈଠକରେ ଜମି ବିବାଦ ସମାଧାନ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଆଲିଗଣ୍ଡା ଓ ବେଗଣ୍ଡା ମଧ୍ୟରେ ଜଙ୍ଗଲ କିସମ ଜମିକୁ ନେଇ ଆଦିବାସୀ ଓ ଅଣ ଆଦିବାସୀ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଯାହାଦ୍ୱାରା ଜମି ବିବାଦକୁ ନେଇ ଉଭୟ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଗତ ଏପ୍ରିଲ ମାସ ୪ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଖବର ପାଇ ଅଡବା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ। ଆଲିଗଣ୍ଡା ମୌଜା ଓ ବେଗଣ୍ଡା ଜଙ୍ଗଲ କିସମ ଜମିକୁ ନେଇ ହୋଇଥିବା ବିବାଦକୁ ସମାଧାନ କରିବା ପାଇଁ ଉଭୟ ଗୋଷ୍ଠୀଙ୍କୁ ଏପ୍ରିଲ୍ ମାସ ୧୭ରେ ଅଡବା ଥାନାରେ ଉପସ୍ଥିତ ହେବା ପାଇଁ ଚିଠି କରାଯାଇଥିଲା କିନ୍ତୁ ବେଗଣ୍ଡା ଗ୍ରାମର କିଛି ମୂଖ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ନଥିବାରୁ ସେହିଦିନ ସମାଧାନ ହୋଇ ପାରିନଥିଲା। ଯାହାକୁ ନେଇ ଆଲିଗଣ୍ଡା ଗ୍ରାମବାସୀ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ୨୧/୬ରେ ମୋହନା ବ୍ଲକ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ ଆଲୋକ ପ୍ରଧାନ, ସହକାରୀ ଉପଜିଲ୍ଲାପାଳ ଯୁବୁଲି ବେହେରା, ଏସଡିପିଓ ଦିଲ୍ଲୀପ କୁମାର ନାୟକ, ତହସିଲଦାର କିଶୋର ଚନ୍ଦ୍ର ଦାସ, ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇଙ୍କ ଉପସ୍ଥିତରେ ଉଭୟ ଗ୍ରାମର ବୁଦ୍ଧିଜୀବୀ ଓ ମୁଖିଆଙ୍କ ଉପସ୍ଥିତରେ ଉଭୟ ପକ୍ଷଙ୍କ ଅଭିଯୋଗ ଶୁଣିବା ପରେ ଯେଉଁ ଜମିକୁ ନେଇ ବିବାଦ ଉପୁଜିଥିଲା ସେହି ଜମିର ଶାନ୍ତିପୂର୍ଣ୍ଣ ସମାଧାନ ହୋଇଥିଲା। ଉକ୍ତ ଜମିରେ ଯେଉଁ ଫସଲ ଆମଦାନୀ ହେବ ସେହି ଫସଲକୁ ଉଭୟ ଗ୍ରାମବାସୀ ବାଣ୍ଟି କରି ନେବେ ଏବଂ ଭାଇଚାରା ନେଇ ଉଭୟ ପକ୍ଷ ଚଳିବେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories