ଉଦ୍ଧାର ୨ନାଗ ସାପକୁ ଜଙ୍ଗଲରେ ଛାଡିଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ
କଲମପୁର: ଜୁନାଗଡ ବ୍ଲକ ଅଧିନସ୍ଥ ମୁଣ୍ଡୁରାଗୁଡାର ମହୁଲପଡା ଓ ପୁରଣାସର ନିକଟସ୍ଥ ମାଲପଡାରୁ ଉଦ୍ଧାର ହେଇଥିବା ଦୁଇ ନାଗ ସାପକୁ କଲମପୁର ବ୍ଲକର ଦେବଗିରୀ ଜଙ୍ଗଲରେ ସୁରକ୍ଷିତ ଭାବେ ଛଡାଯାଇଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ପୁରଣାସର ମାଲପଡାର ଟିକଚନ ନାଗଙ୍କ ଘରରେ ଏକ ନାଗ ସାପ ଥିବା ନେଇ ଦାସିଗାଁ ଠାରେ ଥିବା ସ୍ନେକ ହେଲ୍ପ ଲାଇନ ସଦସ୍ୟ ବୀରେନ୍ଦ୍ର ସାହୁଙ୍କୁ ସୂଚନା ଦିଆଯାଇଥିଲା । ସୂଚନା ପାଇବା ପରେ ଶ୍ରୀ ସାହୁ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ପରେ ଦିନ ଗୋଟାଏ ବେଳେ ମୁଣ୍ଡୁରାଗୁଡା ଅଧିନସ୍ଥ ମାଲପଡାର ଶୁରେଶ ନାଏକଙ୍କ ଛପର ଘର ଛାତ ଉପରେ ଅନ୍ୟ ଏକ ନାଗ ସାପ ଥିବା ନେଇ ପରିବାର ଲୋକ ଦେଖିଥିଲେ । ନାଗ ସାପ ଛାତ ଉପରେ ଦେଖି ପରିବାର ଲୋକ ଭୟଭୀତ ହେଇ ପଡିଥିଲେ । ଏନେଇ ତୁରନ୍ତ ସ୍ନେକ ହେଲ୍ପ ଲାଇନ ସଦସ୍ୟ ବୀରେନ୍ଦ୍ର ସାହୁଙ୍କୁ ସୂଚନା ଦେବା ପରେ ଶ୍ରୀ ସାହୁ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହାପରେ ସଂଧ୍ୟାରେ ଦୁଇଟି ସାପକୁ କଲମପୁର ବ୍ଲକ ଅଧିନସ୍ଥ ଦେପୁର ନିକଟସ୍ଥ ଦେବଗିରୀ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡାଯାଇଛି ।
Comments are closed.