www.samajalive.in
Monday, December 8, 2025
14.1 C
Bhubaneswar

ମିଳିତ ହରିଜନ ହିନ୍ଦୁ ମହାସଂଘର ସମାବେଶ; ପ୍ରଶାସନର ଅଣଦେଖା ଅଭିଯୋଗ

ମୋହନା : ଗଜପତି ଜିଲ୍ଲା ମହେନ୍ଦ୍ରଗଡ ଶିବ ମନ୍ଦିର ପରିସରରେ ମିଳିତ ହରିଜନ ହିନ୍ଦୁ ମହାସଂଘର ସମାବେଶ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ଅସ୍ଥାୟୀ ସଭାପତି ଶିବାନନ୍ଦ ରଣସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ଅନୁସୂଚିତ ବର୍ଗର ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରାଯାଇଥିଲା। ବିଶେଷ କରି ଜିଲ୍ଲାର ମୋହନା ଓ ରା. ଉଦୟଗିରି ବ୍ଲକରେ ରହୁଥିବା ଅନୁସୂଚିତ ହିନ୍ଦୁ ବର୍ଗର ଲୋକଙ୍କୁ ରାଜ୍ୟ ସରକାର ତଥା ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ବ୍ଲକର ବିଭିନ୍ନ ଅଞ୍ଚଳର ପାହାଡ ପର୍ବତରେ ବର୍ଷ ବର୍ଷ ଧରି ବସବାସ କରି ରହୁଥିଲେ ମଧ୍ୟ ସରକାର ହରିଜନ ଲୋକଙ୍କୁ ଜଙ୍ଗଲ ଜମି ପଟା କିମ୍ବା ଘର ପଟା ପ୍ରଦାନ କରୁନାହାନ୍ତି। ଏସଂପର୍କରେ ଅନେକ ଥର ସଂଘ ପକ୍ଷରୁ ଜିଲ୍ଲାପାଳ, ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କୁ ଦାବି ଜଣାଇ ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି। ସରକାର ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ କରି ଏହା ମାଧ୍ୟମରେ ବିଭିନ୍ନ ଆବାସିକ ବିଦ୍ୟାଳୟ ଖୋଲିଛନ୍ତି। କିନ୍ତୁ ଚନ୍ଦ୍ରଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟଗୁଡିକରେ ହରିଜନ ବର୍ଗର ପିଲାଙ୍କୁ ପାଠ ପଢ଼ିବାର ସୁଯୋଗ ମିଳୁନାହିଁ ବୋଲି ସମାବେଶରେ ସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା। ସେହିପରି ଗଜପତି ଜିଲ୍ଲାରେ ହରିଜନ ଉନ୍ନୟନ ସଂସ୍ଥା ଗଠନ, ଅନୁସୂଚିତ ବର୍ଗର ପିଲାଙ୍କ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ ସ୍ଥାପନ ହେବା ସହ ସବସିଡି ରୁଣ ପ୍ରଦାନ ପାଇଁ ଦାବି କରିଛନ୍ତି ନେତୃବୃନ୍ଦ। ଏସମ୍ପର୍କରେ ଏକ ଦାବିପତ୍ର ଗଜପତି ଜିଲ୍ଲାପାଳଙ୍କୁ ପ୍ରଦାନ ପାଇଁ ସମାବେଶରେ ନିଷ୍ପତି ନିଆଯାଇଛି। ଏହାପରେ ମହାସଂଘର ନୂତନ କମିଟି ଗଠନ କରାଯାଇଛି। ସଭାପତି ଭାବେ ଆନନ୍ଦ ବଳିୟାରସିଂ, ଉପ ସଭାପତି ଦୀନବନ୍ଧୁ ବାଘସିଂ, ସମ୍ପାଦକ ବୈଲୋଚନ ନାୟକ, ସହ ସମ୍ପାଦକ ସୁବାଷ ଚନ୍ଦ୍ର ବଳିଆରସିଂ ଓ କୋଷାଧ୍ୟକ୍ଷ ଭାବେ ଅନିଲ କୁମାର ପ୍ରଧାନଙ୍କୁ ମନୋନୀତ କରାଯାଇଛି। ସେହିପରି ଉପଦେଷ୍ଟା ଓ କାର୍ୟ୍ୟକାରୀ କମିଟି ସଭ୍ୟ ଭାବେ ଶଙ୍କର ପ୍ରଧାନ, ବାବୁଲା ସେଠୀ, ସନାତନ ନାୟକ, କରମ ଚାନ୍ଦ ନାୟକ, ପ୍ରଫୁଲ୍ଲ ବେହେରା, ସହଦେବ ଉଠାଣସିଂ, କୁନାଲ ନାୟକ, ସୁଚିତ୍ରା ତନ୍ତୀ, ଯୋଛନା ନାୟକ ଏବଂ ସୁଚିତ୍ରା ବିଷୋୟୀଙ୍କୁ ମନୋନୀତ କରାଯାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories