ଖୁଣ୍ଟୁଣୀ ରାଧାନାଥ ବିଦ୍ୟାପୀଠ ଜବର ଦଖଲ ହୋଇଥିବା ପାଚେରୀ ଉଚ୍ଛେଦ

ଗୁରୁଡିଝାଟିଆ :  ଖୁଣ୍ଟୁଣୀସ୍ଥିତ ରାଧାନାଥ ବିଦ୍ୟାପୀଠର ପାଚେରୀ ଉପରେ ଦୋକାନଘର କରି ବେଆଇନ ଜବରଦଖଲ କରିଥିବା ମୁଷ୍ଟିମେୟ ବ୍ୟକ୍ତିଙ୍କୁ ଆଠଗଡ ତହସିଲ କର୍ତ୍ତୃପକ୍ଷ ଉଚ୍ଛେଦ କରିଛନ୍ତି । ତହସିଲଦାର ପ୍ରିୟବ୍ରତ ଦାସ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅତିରିକ୍ତ ତହସିଲଦାର ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁ, ରାଜସ୍ୱ ପରିଦର୍ଶକ ପ୍ରଭାତ କୁମାର ଖୁଣ୍ଟିଆ, ନିଜଗଡ ରାଜସ୍ୱ ନିରୀକ୍ଷକ ମୃତ୍ୟୁଞ୍ଜୟ ରାଉଳ ଓ ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ପ୍ରସାଦ ଖୁଣ୍ଟିଆ ଉପସ୍ଥିତ ରହି ବିଦ୍ୟାଳୟର ପାଚେରୀ ଉପରେ ଜବରଦଖଲ କରି ଦୋକାନ ହୋଇଥିବା ଘରଗୁଡିକୁ ଭଙ୍ଗାଯାଇଥିଲା। ପ୍ରକାଶଯୋଗ୍ୟ ଜବରଦଖଲ ନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପରିଚାଳନା କମିଟିର ସଦସ୍ୟମାନେ ଆଠଗଡ ତହସିଲଦାର ଶ୍ରୀ ଦାସଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଜବରଦଖଲ ଉଚ୍ଛେଦ ହେଉନଥିବାରୁ ୫ଟି ଜରିଆରେ ବିଦ୍ୟାଳୟର ପାଚେରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଅଟକିରହିଥିଲା। ଏନେଇ ସମାଜରେ ଖବର ପ୍ରକାଶ ପାଇଥିଲା। ଏବେ ଜବରଦଖଲ ଉଚ୍ଛେଦ ହୋଇଥିବାରୁ ୫ଟି ଯୋଜନାରେ ପାଚେରୀଗୁଡିକର ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ପ୍ରଧାନଶିକ୍ଷକ ସୌମେନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି।

Comments are closed.