ପେଟ୍ରୋଲ ପମ୍ପରେ ଲୋକଙ୍କୁ ଚା’ ବାଣ୍ଟିଲେ ମାହାନାମା

କଲମ୍ବୋ : ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା ଦେଶବାସୀଙ୍କ ପ୍ରତି ସହାୟତାର ହାତ ବଢାଇଛନ୍ତି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ରୋସନ ମାହାନାମା। ଆର୍ଥିକ ସଂକଟ ଯୋଗୁଁ ଦେଶରେ ପେଟ୍ରୋଲ, ଡିଜେଲର ଘୋର ଅଭାବ ଦେଖାଯାଇଛି। ପେଟ୍ରୋଲ, ଡିଜେଲ କିଣିବା ପାଇଁ ଲୋକେ ପେଟ୍ରୋଲ ପମ୍ପରେ ଘଣ୍ଟା ଘଣ୍ଟା ଧରି ଧାଡିରେ ଠିଆ ହେଉଛନ୍ତି। ଲୋକଙ୍କ ଏପରି ଦୁଃସ୍ଥିତି ସମୟରେ ମାହାନାମା ସେମାନଙ୍କୁ ଚା’ ଓ କେକ୍‌ ବାଣ୍ଟିଛନ୍ତି। ୱାର୍ଡ ପ୍ଲେସ୍ ଓ ୱିଜେରାମା ମାୱାଥା ଅଞ୍ଚଳରେ ପେଟ୍ରୋଲ ପମ୍ପ ସାମ୍ନାରେ ଲୋକେ ଭୋକ ଉପାସରେ ଧାଡିରେ ଠିଆ ହୋଇ ପେଟ୍ରେଲ କିଣୁଥିବାବେଳେ ମାହାନାମା ସେମାନଙ୍କୁ ଖାଦ୍ୟ ଯୋଗାଇ ଦେଇଛନ୍ତି। ବିଗତ ଦିନରେ ଶ୍ରୀଲଙ୍କାରେ ପେଟ୍ରୋଲ ଓ ଡିଜେଲ ପାଇଁ ଧାଡିରେ ଅପେକ୍ଷା କରି ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ୧୯୯୬ରେ ବିଶ୍ବକପ୍ ବିଜୟୀ ଶ୍ରୀଲଙ୍କା କ୍ରିକେଟ ଦଳରେ ମାହାନାମା ଅନ୍ୟତମ ସଦସ୍ୟ ଥିଲେ।

kalyan agarbati

Comments are closed.