ବେଶ୍ୟାଳୟରେ ଚଢ଼ଉ ବେଳେ ଯୌନ କର୍ମୀଙ୍କୁ ଗିରଫ କର ନାହିଁ : ହାଇକୋର୍ଟ

ଚେନ୍ନଇ : ବେଶ୍ୟାଳୟରେ ଚଢଉ ସମୟରେ ଯୌନ କର୍ମୀଙ୍କୁ ଗିରଫ କରାଯାଇପାରିବ ନାହିଁ କି ସେମାନଙ୍କ ଉପରେ ଜୋରିମାନା ଦଣ୍ଡ କରାଯାଇପାରିବ ନାହିଁ ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି। ନିକଟରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଆଧାର କରି ହାଇକୋର୍ଟ କହିଛନ୍ତି ଯେ ପୁଲିସ ଯେତେବେଳେ ବେଶ୍ୟାଳୟରେ ଚଢଉ କରୁଛି ସେତେବେଳେ ଯୌନକର୍ମୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଜୋରିମାନା ଆଦାୟ କରୁଛି। ପୁଲିସର ଏପରି କାର୍ଯ୍ୟ ବେଆଇନ ବୋଲି ହାଇକୋର୍ଟ କହିଛନ୍ତି। ବେଶ୍ୟାଳୟ ଯାଉଥିବା ଜଣେ ଗ୍ରାହକଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି ସମୟରେ ହାଇକୋର୍ଟ ଏହା କହିଛନ୍ତି। ଗ୍ରାହକ ଜଣଙ୍କ ପୁଲିସ ପକ୍ଷରୁ ରୁଜୁ ମାମଲା ଖାରଜ କରିବାକୁ ନିବେଦନ କରିଥିଲେ। ଗ୍ରାହକଙ୍କ ଆବେଦନ ଆଧାରରେ ହାଇକୋର୍ଟ ପୁଲିସର ଏତଲାକୁ ଖାରଜ କରିଦେଇଛନ୍ତି। ନିକଟରେ ସୁପ୍ରିମକୋର୍ଟ ରାୟରେ ଯୌନ କାର୍ଯ୍ୟକୁ ବୃତ୍ତି ଭାବେ ଗ୍ରହଣ କରିବାକୁ କହିଛନ୍ତି। କୌଣସି ପ୍ରାପ୍ତ ବୟସ୍କ ମହିଳା ସ୍ବଇଚ୍ଛାରେ ଏପରି କାର୍ଯ୍ୟରେ ଲିପ୍ତ ଥାଆନ୍ତି ତେବେ ପୁଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ।

kalyan agarbati

Comments are closed.