www.samajalive.in
Sunday, December 7, 2025
26.1 C
Bhubaneswar

ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ ପ୍ରଦର୍ଶନ

କଲମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରବିବାର ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ ପ୍ରଦର୍ଶନ କରାଯାଇଛି। ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମାଧ୍ୟମରେ ଆସନ୍ନ ବିପଦରୁ ଜନଜୀବନ ରକ୍ଷା କରିବାକୁ ଉନ୍ନତ କଳାକୌଶଳ ପ୍ରଦର୍ଶନ କରାଯାଇ ତାଲିମ ପ୍ରଦାନ କରାଯାଇଥିଲା। ବର୍ଷା ଦିନରେ ଘଟୁଥିବା ବନ୍ୟା ବାତ୍ୟା, ଭୂସ୍ଖଳନ, ଭୂମିକମ୍ପ ଏବଂ ବିଭିନ୍ନ ଦୁର୍ଘଟଣା ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର କିପରି ମୁକାବିଲା କରାଯିବା ସହିତ ଧନ ଜିବନକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉଛି ସେନେଇ ଅଗ୍ନିଶମ ବିଭାଗର ସୁରକ୍ଷା କର୍ମୀମାନଙ୍କ ଦ୍ଵାରା ମକଡ୍ରିଲ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବ୍ଲକର ଏବିଡିଓ ଭରତ କୁମାର ମେହେର, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ଏଇଇ ସାଲକୋ ହେମ୍ବ୍ରମ, ଜିପିଇଓ ଜ୍ଞାନ ରଞ୍ଜନ ଭୋଈ, ଡବ୍ଲ୍ୟୁଇଓ ଗଙ୍ଗାଧର ବେହେରା, ବ୍ଲକ ଯୋଗାଣ ଅଧିକାରୀ ସୁଶାନ୍ତ ମଲ୍ଲିକ, ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ୟାଙ୍କ ସମେତ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରୁ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗ ଦେଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ହାବିଲଦାର ବନମାଳୀ ପୁଜାରୀଙ୍କ ନେତୃତ୍ୱରେ ହାବିଲଦାର ସୁନୀଲ କୁମାର ବେହେରା, ହାବିଲଦାର ଶିବ ପ୍ରସାଦ ପାତ୍ର, ଫାୟାର ମେନ ରଞ୍ଜିତ ଖଣ୍ଡଗିରି, ଲକ୍ଷ୍ମଣ ଧରୁଆ, ଦୁର୍ୟୋଧନ ଜଗତ, ପ୍ରସିଦ୍ଧ ପ୍ରଧାନ ପ୍ରମୁଖ ଅନୁଷ୍ଠିତ ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ବିଭାଗର ଦକ୍ଷତା ପ୍ରଦର୍ଶନ କରିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories