ମୌସୁମୀର ପହିଲି ବର୍ଷାରେ ସ୍ନାନ କଲେ ବସୁମାତା
ଚୌଦ୍ୱାର : ରଜପର୍ବର ଅନ୍ତିମ କାର୍ଯ୍ୟକ୍ରମ ଧରାସ୍ନାନ ଉତ୍ସବ ଚୌଦ୍ୱାର ଅଞ୍ଚଳରେ ଶ୍ରଦ୍ଧାର ସହ ପାଳିତ ହୋଇଛି । ଗତ ମଙ୍ଗଳବାରରୁ ଆରମ୍ଭ ହୋଇ ୩ ଦିନ ଧରି ଚାଲିଥିବା ଓଡ଼ିଶାର ଏହି ଗଣପର୍ବର ଅନ୍ତିମ କାର୍ଯ୍ୟକ୍ରମ ବସୁମତୀ ସ୍ନାନ ଶୁକ୍ରବାର ଦିନ ଘରେଘରେ ଅନୁଷ୍ଠିତ ହୋଇଛି । ପରିବାରର ମହିଳା ମାନେ ସକାଳେ ସ୍ନାନ ସାରି ଅଗଣାରେ ଶିଳ, ଶିଳପୁଆ, ଦାଆ, ତୁଳା, ସୋରିଷ ଆଦି ଥୋଇ ଇନ୍ଦ୍ର ରାଜାଙ୍କୁ ସମର୍ପଣ ଭାବ ନେଇ ପୂଜାର୍ଚ୍ଚନା କରିବା ସହିତ ଚଳିତ ବର୍ଷ ଭଲ ବର୍ଷା ଓ ଭଲ କୃଷି ପାଇଁ ଇନ୍ଦ୍ରଙ୍କୁ ପ୍ରର୍ଥନା କରିଛନ୍ତି । ଦୀର୍ଘଦିନ ଧରି ପ୍ରବଳ ଗ୍ରୀଷ୍ମତାପରେ ଲୋକେ ଦହଗଞ୍ଜ ହେଉଥିବାବେଳେ ବସୁମତୀ ପୂଜା ପରେ ଦିନ ୯ଟାରେ ଚଳିତ ବର୍ଷର ପ୍ରଥମ ମୌସୁମୀ ବର୍ଷା ଗ୍ରୀଷ୍ମତାପକୁ ବହୁମାତ୍ରାରେ ଲାଘବ କରିବା ସହ ବସୁଧାକୁ ଶିତଳ କରିଛି । ଧରାସ୍ନାନ ଦିନ ଏହି ପହିଲି ବର୍ଷା ଚଳିତ ବର୍ଷ କୃଷିପାଇଁ ପର୍ଯ୍ୟାପ୍ତ ବର୍ଷା ଆଣିବ ବୋଲି ଚାଷିକୁଳ ଆଶା ବାନ୍ଧିଛନ୍ତି ।
Comments are closed.