କନ୍ଦରପୁର ରଜ ମହୋତ୍ସବ ଉଦ୍ଯାପିତ
ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ ୩ଦିନ ବ୍ୟାପି ଚାଲିଥିବା ୪ର୍ଥ କନ୍ଦରପୁର ରଜ ମହୋତ୍ସବ ଗୁରୁବାର ଉଦ୍ଯାପିତ ହୋଇଯାଇଛି । ୩ଦିନିଆ ଏହି ରଜ ମହୋତ୍ସବ ଅବସରରେ କନ୍ଦରପୁର ପଞ୍ଚାୟତ ଅଞ୍ଚଳର ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କ ମଧ୍ୟରେ ଦୋଳିଖେଳ, କବାଡି, ଭଲିବଲ ଏବଂ ବିଶେଷକରି ଝିଅ ମାନଙ୍କ ମଧ୍ୟରେ ରଜଦୋଳି, ପୁଚି, ମ୍ୟୁଜିକ୍ ଚେୟାର, ନୃତ୍ୟ ଓ ସଂଗୀତ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ମଙ୍ଗଳବାର ମୁଖ୍ୟଅତିଥି ଭାବେ ଆଠଗଡ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଭାଗୀରଥି କର ଯୋଗଦେଇ ଏହି ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ରଜପର୍ବ ଓଡିଶାର ଏକ ସ୍ୱତନ୍ତ୍ର ଓ ନିଆରା କୃଷିଭିତ୍ତିକ ଗଣପର୍ବ ଏବଂ ଏହାର ପୌରାଣିକ ଓ ସାମାଜିକ ଆଧାର ସଂପର୍କରେ ଶ୍ରୀ କର ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ପ୍ରଥମ ଦିନ ଆୟୋଜିତ କବାଡି ଓ ଭଲିବଲ ବିଜେତାଙ୍କୁ ଶ୍ରୀ କର ପୁରସ୍କୃତ କରିଥିଲେ। ରଜସଂକ୍ରାନ୍ତି ସନ୍ଧ୍ୟାରେ କ୍ଲବର ସଭାପତି ଇଂ ପ୍ରିୟବ୍ରତ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁଦର୍ଶନ ସାହୁ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ କ୍ଷୀରୋଦ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ସମାଜସେବୀ ନିରଞ୍ଜନ ନାୟକ, ଶ୍ରୀଧର ଦାସ, ପୂର୍ବତନ ସାମରିକ କର୍ମଚାରୀ ଇନ୍ଦ୍ରମଣି ସୁତାର ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ କନ୍ଦରପୁର ଗ୍ରାମର ନୃତ୍ୟଗୁରୁ ମଙ୍ଗୁଳି ଚରଣ ଦଳାଇଙ୍କୁ ନୃତ୍ୟକଳାରେ ଉତ୍କର୍ଷତା ପାଇଁ କ୍ଲବ ପକ୍ଷରୁ ତାଙ୍କୁ ମୁଖ୍ୟଅତିଥି ପୁଷ୍ପଗୁଚ୍ଛ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବଦ୍ଧିତ କରିଥିଲେ। ଏହାଛଡା ଆଠଗଡର ପାୟଲ ଡ୍ୟାନ୍ସଗୃପର କୁନି କଳାକାରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଭଲିବଲ ପ୍ରତିଯୋଗିତାରେ ଲକ୍ଷ୍ମୀନାରାୟଣପୁର ଦଳକୁ ହରାଇ ଗୋଡିଝରିଆ ଦଳ ଚମ୍ପିଆନ ଏବଂ କବାଡିରେ କନ୍ଦରପୁରର ମା ବାଉତୀ ଦଳ ପୁଣି ଥରେ ଚମ୍ପିଆନ ଆଖ୍ୟା ଅର୍ଜନ କରି ପୁରସ୍କୃତ ହୋଇଥିଲେ। କ୍ଲବର ସଂପାଦକ ଭାଷ୍କର ଚନ୍ଦ୍ର ବେହେରା, ଉପସଭାପତି ସତ୍ୟାନନ୍ଦ ସାହୁ, ସଭ୍ୟ ତପନ କୁମାର ସାହୁ, ସୂର୍ଯ୍ୟକାନ୍ତ ସେଠୀ, ପ୍ରକାଶ ଚନ୍ଦ୍ର ଦଳାଇ, କାର୍ତ୍ତିକ ବେହେରା, ମଧୁ ସାହୁ, ରାଜୁ ନାଥ, ସୁଚିତ୍ର ବେହେରା, ସୁଜିତ ଦାସ, ସଞ୍ଜିତ ବାରିକ, ଜିତେନ୍ଦ୍ର ସାହୁ, ପ୍ରଦୀପ ସାହୁ, କମଳ ଦଳାଇ, ତରୁଣ ସେଠୀ, ମଣ୍ଟୁ ସାହୁ, ଧର୍ମେନ୍ଦ୍ର ସାହୁ, ସିପୁ ଧଳ, ଓ ମଳୟ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.