କୋଭିଡ୍‍ ସଂକ୍ରମଣ ଉପରମୁହାଁ : ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‍ ସଂକ୍ରମଣ ସାମାନ୍ୟ ଉପରମୁହାଁ ହୋଇଛି । ଏହି ପ୍ରସଙ୍ଗକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଗତ ୭ ଦିନ ଭିତରେ ରାଜ୍ୟର ସଂକ୍ରମଣ ୨ ଅଙ୍କରେ ରହୁଛି । ଏହା ସାମାନ୍ୟ ବଢ଼ିଛି । ଦେଶର ବିଭିନ୍ନ ରାଜ୍ୟରେ ଯେଉଁଭଳି ଭାବରେ ସଂକ୍ରମଣ ବଢ଼ୁଛି ତାକୁ ଦୃଷ୍ଟିରେ ରଖି ଆମକୁ ସତର୍କତାମୂଳକ ପଦକ୍ଷେପ ନେବାକୁ ପଡିବ। ବିଭାଗ ପକ୍ଷରୁ ଯେଉଁଭଳି ଭାବରେ ସର୍ଭିଲାନ୍ସ ଚାଲିବା କଥା ସେହିଭଳି ଚାଲିଛି ଏବଂ ଟେଷ୍ଟିଂକୁ ବଢ଼ାଇବା ପାଇଁ କୁହାଯାଇଛି। ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରାଇନେବା, ଭିଡକୁ ନଯିବା ଏବଂ ମାସ୍କ ପିନ୍ଧିବାକୁ ସେ ଅନୁରୋଧ କରିଛନ୍ତି।
ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ନିକଟରେ ଏ ସମ୍ପର୍କରେ ୨-୩ ଥର ସମୀକ୍ଷା କରାଯିବା ସହ ଜିଲ୍ଲାପାଳମାନଙ୍କୁ ସଂକ୍ରମଣ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

kalyan agarbati

Comments are closed.