www.samajalive.in
Monday, December 15, 2025
17.1 C
Bhubaneswar

ବିଶ୍ୱ ରକ୍ତଦାତା ଦିବସରେ ରକ୍ତଦାନ ଶିବିର ଏବଂ ରକ୍ତଦାତାଙ୍କୁ ସମ୍ବର୍ଦ୍ଧନା

ବୌଦ୍ଧ: ବୌଦ୍ଧଜିଲା ରେଡକ୍ରସ, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ଏବଂ ରକ୍ତଦାତା ପ୍ରବର୍ତକ ସଂଘର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ତାଲିମ ଶିବିରରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଅଭୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ସମ୍ମାନୀତ ଅତିଥି ଭାବେ ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲା ରେଡକ୍ରସ ସଂପାଦକ ଅବନୀକାନ୍ତ ସାହୁ, ଡାକ୍ତର ଭଞ୍ଜକିଶୋର ରାମଚନ୍ଦ୍ର ଦେବ ହେମ୍ବ୍ରମ୍‍ ପ୍ରମୁଖ ଯୋଗଦାନ କରି ରକ୍ତଦାନର ମହତ୍ୱ ସଂପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ୧୦୦ରୁ ଅଧିକଥର ରକ୍ତଦାନ କରିଥିବା ସମାଜସେବୀ ଜୟନାରାୟଣ ମହାନ୍ତି, ଡଃ. ସଞ୍ଜୟ କୁମାର ପଣ୍ଡା, ସାମ୍ବାଦିକ ଦେବାଶିଷ ପୁରୋହିତ. ଡଃ. ପ୍ରବୀର କୁମାର ଦାସ, ୫୦ ରୁ ଅଧିକ ରକ୍ତଦାନ କରିଥିବା ଜଗଦୀଶ ବାରିକ, ରାଧେଶ୍ୟାମ ସିଂଘଲ, ସୁଶାନ୍ତ କୁମାର ମହାପାତ୍ର, ପ୍ରଭାତ କୁମାର ମିଶ୍ର, ବିରଳ ରକ୍ତଗୃପ ରକ୍ତଦାତା ସନ୍ତୋଷ କୁମାର ସାହୁ ଏବଂ ପ୍ରତ୍ୟେକ ତିନିମାସରେ ଲଗାତାର ରକ୍ତଦାନ କରି ଆସୁଥିବା ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ଆନୁଷ୍ଠାନିକ ଭାବେ ରକ୍ତଦାନ ଶିବିର ଆୟୋଜନ କରୁଥିବା ସଂସ୍ଥା ଓଡ଼ିଶା ମୋ ପରିବାର, ଆମ ଓଡ଼ିଶା, ଆମ ପୋଲିସ ଓ ସତ୍ୟସାଇ ସେବା ଅନୁଷ୍ଠାନକୁ ମାନପତ୍ର ପ୍ରଦାନ କରାଯାଇଥିଲା।

- Advertisement -

ଏହି ଆଲୋଚନା ସଭାରେ ଡଃ. ସଞ୍ଜୟ କୁମାର ପଣ୍ଡା, ରକ୍ତଦାତା ପବର୍ତକ ସଂଘର ସମ୍ପାଦକ ଦେବାଶିଷ ପୁରୋହିତ, ଜୁନିୟର ରେଡକ୍ରସ ଅଧିକାରୀ ପ୍ରମୁଖ ବୌଦ୍ଧ ଜିଲାରେ ରକ୍ତର ସମସ୍ୟା ସଂପର୍କରେ ଆଲୋଚନା କରିବାସହିତ ଅଧିକରୁ ଅଧିକ ଅନୁଷ୍ଠାନ ଆଗେଇ ଆସି ରକ୍ତଦାନ ଶିବିରମାନ ଆୟୋଜନ କରି ଜିଲାରୁ ରକ୍ତ ସଂକଟ ଦୂରେଇବାକୁ ଆହ୍ୱାନ କରିଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଳିତ ଭାବେ ରକ୍ତଦାନ କାର୍ଯ୍ୟକ୍ରମ ରକ୍ତଭଣ୍ଡାର ଠାରେ ଅନୁଷ୍ଠିତ ହୋଇଥିଲା। ଶିବିରରେ ଚତୁର୍ଭଜ ବାରିକ, ଦିଲ୍ଲିପ କୁମାର ସାହୁ, ଦେବଦତ କିଷାନ ରକ୍ତ ସଂଗ୍ରହରେ ସାହାଯ୍ୟ କରିଥିଲେ। କାର୍ଯ୍ୟକ୍ରମକୁ ଗିରିଜା ପ୍ରସାଦ ମିଶ୍ର, ରଘୁନାଥ ସାହୁ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ପର୍‍ିଚାଳନା କରିଥିଲେ। ଶେଷରେ ସୁଶାନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories