www.samajalive.in
Sunday, December 14, 2025
23.1 C
Bhubaneswar

ଅଧିକାରୀଙ୍କୁ ବିକାଶର ମନ୍ତ୍ର ଦେଲେ ମନ୍ତ୍ରୀ ପ୍ରଦିପ କୁମାର ଅମାତ

ବୌଦ୍ଧ: ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ତୃତୀୟ ଥର କ୍ୟାବିନେଟ ମନ୍ତ୍ରୀ ଭାବରେ ସ୍ଥାନ ପାଇବା ସହିତ ପଞ୍ଚାୟତିରାଜ ଓ ପାନୀୟଜଳ, ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକସମ୍ପର୍କ ଭଳି ତାଙ୍କୁ ତିନୋଟି ପ୍ରମୁଖ ବିଭାଗର ଦାୟିତ୍ୱ ମିଳିଛି। ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣପରେ ଶ୍ରୀ ଅମାତ ପ୍ରଥମଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ବୌଦ୍ଧ ଗସ୍ତ ଅବସରରେ ତାଙ୍କୁ ଜିଲ୍ଲାବାସୀଙ୍କ ପକ୍ଷରୁ ବିପୁଳ ସ୍ୱାଗତ କରାଯିବା ସହିତ ଜିଲାର ୮୪ ଗୋଟି ଅନୁଷ୍ଠାନ ପକ୍ଷରୁ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ମଙ୍ଗଳବାର ଦିନ ମନ୍ତ୍ରୀ ଶ୍ରୀ ଅମାତଙ୍କୁ ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରିବା ସହିତ ସମ୍ବର୍ଦ୍ଧିତ କରାଯାଇଛି।

ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନି କୁମାର ମେହରଙ୍କ ଅଧକ୍ଷତାରେ ସର୍କିଟ ହାଉସଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅଧିକାରୀମାନେ ବକ୍ତବ୍ୟ ରଖି ସ୍ଥାନୀୟ ବିଧାୟକଙ୍କୁ ରାଜ୍ୟ ସରକାର ପୁଣିଥରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିବାରୁ ସ୍ୱାଗତ କରିବା ସହିତ ଏହାଦ୍ୱରା ଜିଲାରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବବୋଲି ମତବ୍ୟକ୍ତ କରିଥିଲେ। ଜିଲାର ବିକାଶ ପ୍ରକ୍ରିୟାରେ ଅଧିକାରୀମାନେ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଥିଲେ। ମନ୍ତ୍ରୀ ଶ୍ରୀ ଅମାତ ରାଜ୍ୟ ହେଉକି ଜିଲା, ଶାସନ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ନରହିଲେ ଅଞ୍ଚଳର ବିକାଶ ସମ୍ଭବ ନୁହେଁ ବୋଲି ମତବ୍ୟକ୍ତ କରିବା ସହିତ ରାଜ୍ୟ ସରକାରଙ୍କ ୬-ଟି ମନ୍ତ୍ର ଅନୁଯାୟୀ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝିବା ସହିତ ତାହାର ସମାଧାନ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ତେଣୁ ଜିଲାରେ ଅଧିକାରୀମାନେ କେବଳ କାର୍ଯ୍ୟାଳୟରେ ବସି ନରହି ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ବୁଝିଲେ ଜିଲାର ବିକାଶ ହୋଇପାରିବ ବୋଲି ଶ୍ରୀ ଅମାତ ପରାମର୍ଶ ଦେଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ଅତିରକ୍ତ ଜିଲାପାଳ ବବିତାରାଣୀ ଦଳବେହେରା ଓ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଉପଢୌକନ ଦେଇ ମନ୍ତ୍ରୀ ଶ୍ରୀ ଅମାତଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

- Advertisement -

ଏହି ସମ୍ବର୍ଦ୍ଧନା ସଭାରେ ଅନ୍ୟତମ ଅତିଥି ଭାବରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତ, ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ, ପାନୀୟଜଳ ନିର୍ବାହୀ ଯନ୍ତ୍ରୀ, ଏସିଏଫ ରାଜେନ୍ଦ୍ର ଗୋଛାୟତ, ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ, ବୌଦ୍ଧବ୍ଲକ ଭାରପ୍ରାପ୍ତ ବିଡିଓ ବିଜୟ କୁମାର ପ୍ରଧାନ, ସହକାରୀ ବିଡିଓ ପ୍ରମୋଦ କୁମାର ମିଶ୍ର, ରାଜସ୍ୱ ଅମଲା ସଂଘର ସଭାପତି ରାଜେନ୍ଦ୍ର ମହାପାତ୍ରଙ୍କ ସମତେ ବହୁ ସଂଖ୍ୟାରେ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories