www.samajalive.in
Tuesday, December 9, 2025
15.1 C
Bhubaneswar

ଶ୍ରୀଘୁମରେଶ୍ୱର ମନ୍ଦିର ନୂତନ ପରିଚାଳନା କମିଟି ଗଠନ

ନବରଙ୍ଗପୁର : ନବରଙ୍ଗପୁର ଜିଲାର ପ୍ରସିଦ୍ଧ ଶ୍ରୀଘୁମରେଶ୍ୱର ମନ୍ଦିର ,ଝରିଗୁମ୍ମାର ନୂତନ ପରିଚାଳନା କମିଟି ଗଠନ କରାଯାଇଛି । ଏହି ଅବସରରେ ଆୟୋଜିତ ବୈଠକରେ ମନ୍ଦିର ବିଭିନ୍ନ ଉନ୍ନତି ସଂପର୍କରେ ଆଲୋଚନା କରାଯାଇଥିଲା । ଏହାପରେ ସର୍ବସମ୍ମତିକ୍ରମେ ସଭାପତି ଭାବେ ପିତାମ୍ବର ବିଷୋୟୀ, ଉପସଭାପତି ହରି ନାୟକ, ସମ୍ପାଦକ ପ୍ରମୋଦ କୁମାର ଦାଶ, ସହସମ୍ପାଦକ ମେଘନାଦ ବିଷୋୟୀ ଓ ରବିନ୍ଦ୍ର ନାଥ ପରିଡା, କୋଷାଧ୍ୟକ୍ଷ ହରେକୃଷ୍ଣ ଭତରା ରହିଥିବାବେଳେ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୋମନାଥ ସୌରା, ମନମୋହନ ଦଳପତି, ସୂର୍ଯ୍ୟ ରନ୍ଧାରୀ, ପୂର୍ଣ୍ଣଚନ୍ଦ୍ର ଦଳପତି, ସତ୍ୟନାରାୟଣ ତରାସିଆ, ତ୍ରିନାଥ ନାୟକ ଓ ମୁଖପାତ୍ର ଭାବେ ଡକ୍ଟର ଅମରେଶ ମହାନ୍ତି ରହିଛନ୍ତି । ସେହିପରି ଉପଦେଷ୍ଠା ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଦାମୋଦର ବିଷୋୟୀ, ଜଗନ୍ନାଥ ଭତରା, ହିମାଂଶୁ ଶେଖର ବିଷୋୟୀ, ଡମ୍ବରୁ ଭତରା, ପର୍ଶୁରାମ ବିଷୋୟୀ ଓ ବାଙ୍କ ବିହାରୀ ବିଷୋୟୀ ରହିଛନ୍ତି। ଏହାସହିତ ସକ୍ରିୟ ସଭ୍ୟ ଭାବେ ତେନ୍ତୁଳିଖୁଣ୍ଟି ବିଡିଓ ଦୁର୍ଯ୍ୟୋଧନ ଭୋଇ, ପାତ୍ରପୁଟ ଫାଣ୍ଡି ଅଧିକାରୀ ପ୍ରକାଶ ପାତ୍ର ସମେତ ପ୍ରାୟ ୩୫ ଜଣ ରହିଛନ୍ତି । ଏହି ନୂତନ କମିଟି ଏହି ମନ୍ଦିର ଉନ୍ନତି ପାଇଁ କାର୍ଯ୍ୟକରିବ ବୋଲି କୁହାଯାଇଛି । ଜିଲାପାଳଙ୍କୁ ସାକ୍ଷାତ କରି ମନ୍ଦିର ବିକାଶ ପାଇଁ ଆଲୋଚନା କରିବାକୁ ନିଷ୍ପତ୍ତି ନିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories