www.samajalive.in
Wednesday, December 10, 2025
17.1 C
Bhubaneswar

ମାଟିଖାଲ ପ୍ରାଥମିକ ବିଦ୍ୟାଳୟର ଜମି ଚିହ୍ନଟ ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କଲମପୁର: ୧୯୭୬ ମସିହାରେ ସ୍ଥାପିତ ହେଇଥିଲା ମାଟିଖାଲ ନିମ୍ନ ପ୍ରାଥମିକ ବିଦ୍ୟାଳୟ। ଏହି ବିଦ୍ୟାଳୟ ସ୍ଥାପନ ହେବା ପରେ ଏକ କୋଠା ନିର୍ମାଣ ହେଇଥିଲା। ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ନିମ୍ନ ପ୍ରାଥମିକରୁ ଉନ୍ନିତ ହୋଇ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ପାଇ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଜାରି ରହିଛି। ଏହି ବିଦ୍ୟାଳୟ ସ୍ଥାପନର ଦୀର୍ଘ ୪୬ ବର୍ଷ ପରେ ବିଦ୍ୟାଳୟ କୋଠା ହେଇଥିବା ଜମିର ମାଲିକାନା ଦାବି କରି ଜନୈକ ବ୍ୟକ୍ତି ବିଦ୍ୟାଳୟ କୋଠାରେ ତାଲା ଦେବା ପାଇଁ ପ୍ରଶାସନକୁ ଜଣାଇଛନ୍ତି। ଅପରପକ୍ଷେ, ଦୀର୍ଘ ୪୬ ବର୍ଷ ଧରି ବିଦ୍ୟାଳୟ ଚାଲିଥିଲେ ମଧ୍ୟ ପୂର୍ବରୁ କାହିଁକି ସଂପୃକ୍ତ ବ୍ୟକ୍ତି ନିରବ ଥିଲେ। ତେଣୁ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟି ଦେଇ ତୁରନ୍ତ ଏହି ବିଦ୍ୟାଳୟ ଜମିର ଚିହ୍ନଟ କରାଯିବା ପାଇଁ ହୃଷିକେଶ ନାଏକ, ଭଜରାମ ଛତ୍ରିଆ, ଅଶ୍ୱିନ ମାଝୀ, ମାଧବ ଦଳପତି, ପରମାନନ୍ଦ ମାଝୀ ଓ ଜଗନ୍ନାଥ ନାଏକ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଡିଓ ପ୍ରସନ୍ନ କୁମାର ପଟେଲଙ୍କୁ ସାକ୍ଷାତ କରିବା ସହ ଲିଖିତ ଭାବେ ଜଣାଇଛନ୍ତି। ବିଡିଓ ଶ୍ରୀ ପଟେଲ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ତୁରନ୍ତ ବିଦ୍ୟାଳୟର ଜମି ଚିହ୍ନଟ ପାଇଁ କଲମପୁର ତହସିଲକୁ ଜଣାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories