www.samajalive.in
Monday, December 8, 2025
16.1 C
Bhubaneswar

ବିସ୍ଫୋରିତ ଧୂମକେତୁର ଅବଶେଷ ଅଗଷ୍ଟରେ ପହଞ୍ଚିବ

ନ୍ୟୁୟର୍କ : ୨୦୦୭ରେ ମହାକାଶରେ ବିସ୍ଫୋରଣରେ ଖଣ୍ଡ ବିଖଣ୍ଡିତ ହୋଇଥିବା ଏକ ଧୂମକେତୁର ଅବଶେଷ ଏବଂ ଧୂଳି ଚଳିତ ବର୍ଷ ଅଗଷ୍ଟରେ ଭୂପୃଷ୍ଠେରେ ପହଞ୍ଚିବ। ୧୭ପି/ହୋମ୍‍ସ୍‍ ନାମ ଏହି ଧୂମକେତୁରେ ୨୦୦୭ରେ ଅକ୍ଟୋବରରେ ଘଟିଥିବା ବିସ୍ଫୋରଣକୁ ମହାଜାଗତିକ ଇତିହାସରେ ସବୁଠାରୁ ବଡଧରଣ ବିସ୍ଫୋରଣ ବୋଲି କୁହାଯାଉଛି। ତାହାର ଖଣ୍ଡବିଖଣ୍ଡିତ ଅଂଶ ଏବଂ ଧୂଳି ମହାକାଶରେ ଘୁରି ବୁଲିବା ପରେ ସମ୍ପ୍ରତି ପୃଥିବୀର ନିକଟବର୍ତ୍ତୀ ହୋଇଛି ଏବଂ ଆସନ୍ତା ଅଗଷ୍ଟରେ ଏହା ଭୂପୃଷ୍ଠରେ ପହଞ୍ଚିବ ବୋଲି ମହାକାଶ ବିଜ୍ଞାନୀ କହିଛନ୍ତି। ଏପରିକି ଏହା ପୃଥିବୀ ଉପରିସ୍ଥ ଆକାଶରେ ମଧ୍ୟ ଦୃଶ୍ୟମାନ ହେବ।
ଋୟାଲ ଆଷ୍ଟ୍ରୋନୋମିକାଲ ସୋସାଇଟି ପକ୍ଷରୁ ପ୍ରକାଶିତ ମାସିକ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନମୂଳକ ରିପୋର୍ଟରେ ଗବେଷକମାନେ କହିଛନ୍ତି, ଚଳିତ ବର୍ଷ ଜୁଲାଇ ଶେଷ ଭାଗରୁ ଅଗଷ୍ଟରେ ଭୂପୃଷ୍ଠରେ ଥିବା ଏକ ଟେଲିସ୍କୋପକୁ ବ୍ୟବହାର କରି ଏହି ଧୁମକେତୁରୁ ନିର୍ଗତ ଧୂଳିକୁ ଦେଖାଯାଇପାରିବ। ଫିନଲାଣ୍ଡ୍‍ର ଫିନିଶ ଜିଓସ୍ପାଟିଆଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଗବେଷକଙ୍କ ନେତୃତ୍ୱରେ କରାଯାଇଥିôବା ଗବେଷଣାର ଅନ୍ୟତମ ବରିଷ୍ଠ ସଦସ୍ୟ ମାରିଆ ଗ୍ରିସେଭିଚ୍‍ କହିଛନ୍ତି, ଏକ ଭୂପୃଷ୍ଠରେ ଏକ ମଧ୍ୟମ ଧରଣର ଟେଲିସ୍କୋପକୁ ବ୍ୟବହାର କରି ଧୂମକେତୁର ବିଚ୍ଛୁରିତ ଅଂଶକୁ ଦେଖିହେବ। ଏପରିକି ସୌଖୀନ ଜ୍ୟୋତିର୍ବିଦମାନେ ସିସିଡି କ୍ୟାମେରା ଖଞ୍ଜାଯାଇଥିବା ୩୦ ସିଏମ୍‍ ଟେଲିସ୍କୋପକୁ ବ୍ୟବହାର କରି ଇମେଜ୍‍ ସବ୍‍ଷ୍ଟ୍ରାକସନ ପଦ୍ଧତିରେ ଏହାକୁ ଦେଖିପାରିବେ। ସୂଚନାଯୋଗ୍ୟ ଯେ ହବଲ ଟେଲିସ୍କୋପ୍‍ ପ୍ରଥମ କରି ୧୯୯୯ ଜୁନ୍‍ ୧୫ରେ ୧୭ପି/ହୋମ୍‍ସ୍‍ ଧୂମକେତୁକୁ ଠାବ କରିଥିଲା। ସେହି ସମୟରେ ତାହା ଚାରିପଟେ ବସ୍ତୁତଃ ଧୂଳିର କୌଣସି ବଳୟ ନଥିଲା। ତେବେ ୨୦୦୭ରେ ହବଲ ଟେଲିସ୍କୋପ୍‍ରେ ପର୍ଯ୍ୟବେକ୍ଷଣ ସମୟରେ ତାହାର ଉପରିଭାଗରେ ପୂର୍ବରୁ ପଶ୍ଚିମକୁ ଓ ଉତ୍ତରରୁ ଦକ୍ଷିଣକୁ ଧୂଳିର ଏକ ବଳୟ ଲମ୍ବିଥିବା ଦେଖିବାକୁ ମିଳିଥିଲା। ସେଥିରେ ବିସ୍ଫୋରଣ ଘଟିବା ସମୟରେ ଧୂମକେତୁଟି ପୃଥିବୀରୁ ପ୍ରାୟ ୧୪୯ ନିୟୁତ ମାଇଲ ଦୂରତାରେ ରହିଥିବା ଜଣାପଡ଼ିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories