ଖୁଣ୍ଟବନ୍ଧ ଠାରେ ସେବା ସମବାୟ ସମିତିର ନିର୍ବାଚନ କରିବାକୁ ଦାବି
ବୌଦ୍ଧ : ବୌଦ୍ଧ ଜିଲାରେ ସେବା ସମବାୟ ସମିତି ଗୁଡିକ ନିର୍ବାଚନ ନେଇ ରାଜନୀତି ସରଗରମ ହୋଇପଡିଛି । ବୌଦ୍ଧ ଜିଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଏବେ କିନ୍ତୁ ସମିତି ଗୁଡିକର ସଭ୍ୟ ପଦ ପାଇଁ ଛକା ପଞ୍ଝା ଆରମ୍ଭ ହୋଇଛି । ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧୦ ଗୋଟି ସମିତିରେ ଅନୁଷ୍ଠିତ ହେବ । ଖୁଣ୍ଟବନ୍ଧ ସେବା ସମବାୟ ସମିତିରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଖୁଣ୍ଟବନ୍ଧ ୟୁଜିଏମଇ ବିଦ୍ୟାଳୟରେ ନିର୍ବାଚନ କେନ୍ଦ୍ର କରିବାକୁ ସହକାରୀ ନିବନ୍ଧକ, ସମବାୟ ସମିତି ସମୁହ ବୌଦ୍ଧଙ୍କ ପାଖରେ ଶୁକ୍ରବାର ଦିନ କିଛି ବ୍ୟକ୍ତି ଦାବି କରିଛନ୍ତି । ଖୁଣ୍ଟବନ୍ଧ ସେବା ସମବାୟ ସମିତରେ ସର୍ବାଧିକ ଭୋଟର ଖୁଣ୍ଟବନ୍ଧ ନିକଟସ୍ଥ ଗ୍ରାମରବାସିନ୍ଦା ଅଟନ୍ତି। ଖୁଣ୍ଟବନ୍ଧ ସେବା ସମବାୟ ସମିତିର ନିର୍ବାଚନ ପାଇଁ ଜହ୍ନାପଙ୍କ ଠାରେ ଭୋଟ ଗ୍ରହଣ କେନ୍ଦ୍ର କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି । କିନ୍ତୁ ଜହ୍ନାପଙ୍କ ଠାରେ ଭୋଟ ଗ୍ରହଣ କେନ୍ଦ୍ର କରାଗଲେ ଭୋଟ ଦେବାକୁ ବହୁ ଚାଷୀ ହଇରାଣ ହେବେ । ଭୋଟ ଗ୍ରହଣ କେନ୍ଦ୍ର ଖୁଣ୍ଟବନ୍ଧ ୟୁଜିଏମଇ ବିଦ୍ୟାଳୟରେ କରାଗଲେ ଭୋଟ ଦେବାକୁ କିଛି ଅସୁବିଧା ହେବ ନାହିଁ ବୋଲି ଦାବୀ କରାଯାଇଛି।
Comments are closed.